31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶକାଳ ହେଲା ପାପ ସମ୍ପର୍କ : ଚାଲିଗଲା ୪ ଜୀବନ

କାଳ ହେଲା ପାପ ସମ୍ପର୍କ : ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ: କାଳ ହେଲା ପାପ ସମ୍ପର୍କ । ଭଡ଼ାଟିଆଙ୍କ ସହିତ ବୋହୂର ଅନୈତିକ ସମ୍ପର୍କ ନେଇ ଶ୍ୱଶୁର ସନ୍ଦେହ କରିଥିଲେ । ଏହାପରେ ବୋହୂ ସମେତ ୪ଜଣ ଭଡ଼ାଟିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଶ୍ୱଶୁର । ମୃତକଙ୍କ ମଧ୍ୟରେ ୨ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ରହିଛନ୍ତି । ଏହିଭଳି ଏକ ଘଟଣା ଘଟିଛି ଗୁରୁଗ୍ରାମରେ । ତେବେ ଏହି ହତ୍ୟା କରିବା ପରେ ଘର ମାଲିକ (ଶ୍ୱଶୁର) ଥାନାରେ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ, ଗୁରୁଗ୍ରାମ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଭଡ଼ାଟିଆ ସହ ବୋହୂର ଅନୈତିକ ସମ୍ପର୍କ ସନ୍ଦେହ କରି ଜଣେ ଘର ମାଲିକ ବର୍ବର ହତ୍ୟାକାଣ୍ଡ ଘଟାଇଛନ୍ତି । ଘର ମାଲିକ ଜଣଙ୍କ ତାଙ୍କ ବୋହୂ, ଭଡାଟିଆ, ଭଡାଟିଆର ସ୍ତ୍ରୀ ଓ ଜଣେ ପିଲାକୁ ନୃଶଂସ ଭାବରେ ହତ୍ୟା କରିଛନ୍ତି । ଖାଲି ସେତିକି ନୂହେଁ, ଏମାନଙ୍କ ବ୍ୟତୀତ ଘର ମାଲିକଙ୍କ ଆକ୍ରମଣରେ ଭଡାଟିଆର ଆଉ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏହି ହତ୍ୟାକାଣ୍ଡ ପରେ ଘର ମାଲିକ ନିଜେ ଗୁରୁଗ୍ରାମ ରାଜେନ୍ଦ୍ର ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ହତ୍ୟାକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏନେଇ ଡିସିପି କହିଛନ୍ତି ଯେ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking