28.1 C
Bhubaneswar
Friday, May 3, 2024
Homeଅପରାଧ୩ ବର୍ଷର କୁନି ଝିଅ ସହ ହେଲା କିଛି ଏପରି...ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

୩ ବର୍ଷର କୁନି ଝିଅ ସହ ହେଲା କିଛି ଏପରି…ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏକ ସ୍କୁଲରେ ୩ ବର୍ଷୀୟା ଶିଶୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ୧୦ ବର୍ଷୀୟ ନାବାଳକ ଏଭଳି ଲଜ୍ଜାଜନକ ଘଟଣା ଘଟାଇଛି । ଅଭିଯୋଗ ପରେ ଅଭିଯୁକ୍ତ ନାବାଳକକୁ ପୋଲିସ ଗିରଫ କରିଛି । ଏନେଇ ଶିଶୁଟିର ପରିବାର ସଦସ୍ୟ ଦେଇଥିବା ଅଭିଯୋଗକୁ ଦର୍ଶାଇ ପୋଲିସ ସୂଚନା ଦେଇଛି ଯେ, ପୀଡିତା ଶିଶୁକୁ ସ୍କୁଲ ଛାତକୁ ନିଆଯାଇ ଶନିବାର ଦିନ ନାବାଳକ ଜଣକ ସେଠାରେ ତାକୁ ଦୁଷ୍କର୍ମ କରିଥିଲା ।

ତେବେ ନାବାଳକ ଜଣକ ପ୍ରଥମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଝିଅଟି ପ୍ଲେ ଗ୍ରୁପରେ ପଢୁଥିବା ନେଇ ପୋଲିସ କହିଛି । ଅନ୍ୟପଟେ ଶିଶୁଟିକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ବେଳେ ନାବାଳକକୁ ପୋଲିସ ଗିରଫ କରିଥିବା ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି । ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ରାଜଧାନୀରେ ଡକାୟତି କରିବା ପାଇଁ ଆସି ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଦିଲ୍ଲୀ ଅଶୋକ ବିହାର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଥିଲା । ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ଡକାୟତି ପାଇଁ ଘରେ ପଶିଥିଲା । ଘରେ ହଙ୍ଗାମା ମଚାଇବା ପରେ ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିଲା । ତେବେ ମୁହଁ ଖୋଲିଲେ ଜୀବନରୁ ମାରିଦେବେ ବୋଲି ବଡ ଭଉଣୀକୁ ଧମକ ଦେଇଥିଲା ଦୁର୍ବୃତ୍ତ ।

ଏନେଇ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।ସେହିପରି ରାଜସ୍ଥାନ ଉଦୟପୁରରେ ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ପରି ଲୋମଟାଙ୍କୁରା ହତ୍ୟାକାଣ୍ଡର ପୁନରାବୃତ୍ତି ଦେଖିବାକୁ ମିଳିଥିଲା । ଜଣେ ୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଫିଙ୍ଗି ଦେଇଥିଲା ପଡୋଶୀ ଯୁବକ । ଏନେଇ ନାବାଳିକାର ପରିବାର ନିଖୋଜ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ତା ପର ଦିନ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking