32.1 C
Bhubaneswar
Thursday, May 2, 2024
Homeଅପରାଧପ୍ରେମକୁ ବିରୋଧ କରିବାରୁ ହେଲା କିଛି ଏପରି.....

ପ୍ରେମକୁ ବିରୋଧ କରିବାରୁ ହେଲା କିଛି ଏପରି…..

କୋଲକାତାପ୍ରେମ ପାଇଁ ରକ୍ତର ନଦୀ ବୁହାଇଲା ପ୍ରେମିକ । ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଗଡିଲା ପ୍ରେମିକା ପରିବାରର ମୁଣ୍ଡ । ଏକାସାଙ୍ଗରେ ପ୍ରେମିକାର ବାପାମାଆ ସହ ବଡ ଭଉଣୀକୁ ନିର୍ମମ ଭାବେ ହାଣି ହତ୍ୟା କଲା ପ୍ରେମିକ । ଗତକାଲି (ଗୁରୁବାର) ରାତିରେ ପଶ୍ଚିମବଙ୍ଗ କୁଚ୍ ବେହାର ଜିଲ୍ଲାରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପ୍ରେମିକାର ମୃତ ବାପାମାଆ ତୃଣମୂଳ କଂଗ୍ରେସ କର୍ମୀ ଥିଲେ । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ତନାଘନା ଚଳାଇଛି ।

ସୂଚନା ମୁତାବକ, ବିଭୂତି ଭୂଷଣ ରୟ ଓ ଇତି ବର୍ମାନ ପରସ୍ପରକୁ ଭଲ ପାଉଥିଲେ । ହେଲେ ଯୁବତୀଙ୍କ ବାପା ବିମଳ ଚନ୍ଦ୍ର ବର୍ମାନ ଝିଅର ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ । ଏଥିରେ ରାଗି ଯାଇ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପ୍ରେମିକ ବିଭୂତି । ଏହାପରେ ଗତକାଲି ବିଳମ୍ବିତ ରାତିରେ ବିଭୂତି ଆଉ ଦୁଇ ଜଣଙ୍କ ସହ ମିଶି ପ୍ରେମିକାର ଘରେ ପଶିଥିଲା । ପ୍ରେମିକା ଘରଲୋକଙ୍କୁ ଅସଦାଚରଣ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ବାପାମାଆ ଓ ବଡ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରେମିକା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଯୁବତୀଙ୍କ ବାପା ବିମଳ ଚନ୍ଦ୍ର ବର୍ମାନ ଓ ମାଆ ନୀଳିମା ତୃଣମୂଳ କଂଗ୍ରେସର ସକ୍ରିୟ କର୍ମୀ ଥିଲେ । ମାଆ ଶିତଲକୁଚି ଗ୍ରାମ ପଞ୍ଚାୟତ ସଦସ୍ୟ ଥିବାବେଳେ ବାପା ଟିଏମସି ଏସସିଏସଟି ଓବିସି ସେଲର ବ୍ଲକ ସଭାପତି ଥିଲେ । ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୃତକଙ୍କ ସମ୍ପର୍କୀୟ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking