26.1 C
Bhubaneswar
Wednesday, May 8, 2024
Homeଓଡିଶାସୂର୍ଯ୍ୟପରାଗ : ଆଜି ରାତି ୧୦ଟା ୩୮ ମିନିଟ୍ ଠାରୁ ପାକତ୍ୟାଗ ସହ ଦେବନୀତି ମଧ୍ୟ...

ସୂର୍ଯ୍ୟପରାଗ : ଆଜି ରାତି ୧୦ଟା ୩୮ ମିନିଟ୍ ଠାରୁ ପାକତ୍ୟାଗ ସହ ଦେବନୀତି ମଧ୍ୟ ବନ୍ଦ

ଭୁବନେଶ୍ୱର : ଆସନ୍ତାକାଲି ଏହି ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ । ଆଷାଷ ମାସ ବିଜୟ ଅମାବସ୍ୟୋରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୁଡ଼ାମଣି ସୂର୍ଯ୍ୟପରାଗ ସଂଘଟିତ ହେବ । ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଏହା ଦୃଶ୍ୟମାନ ହେବ । ଓଡ଼ିଶାରେ ଏହା ଆଂଶିକ ଭାବେ ଦୃଶ୍ୟ ହେବ । ହରିୟାଣା ରାଜସ୍ଥାନ , ଉତ୍ତରାଖଣ୍ଡର କିଛି ଅଞ୍ଚଳରେ କଙ୍କଣାକୃତି ଦୃଶ୍ୟ ହେବ । ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଆଂଶିକ ପରାଗ ଦୃଶ୍ୟ ହେବ । ଭୁବନେଶ୍ୱରରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ମିନିଟ ୮ ସେକେଣ୍ଡରେ ଆରମ୍ଭ ହେବ । ଗ୍ରହଣ ସର୍ବମୋକ୍ଷ ୨ଟା ୯ମିନିଟ୍ ୫୧ ସେକେଣ୍ଡରେ ହେବ । ସେହିପରି କଟକରେ ଗ୍ରହଣସ୍ପର୍ଶ ୧୦ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ହୋଇ ସର୍ବମୋକ୍ଷ ଦିବା ୨ଟା ୧୦ମିନିଟ୍  ୫ ସେକେଣ୍ଡରେ ହେବ ।
ସୌଜନ୍ୟ – ସୋସିଆଲ ମିଡ଼ିଆ
ଓଡ଼ିଶାରେ ଗ୍ରହଣର ସ୍ଥିତିକାଳ ୩ ଘଣ୍ଟା ୩୧ମିନିଟଠାରୁ ୩ ଘଣ୍ଟା ୩୩ ମିନିଟ ପର୍ଯ୍ୟନ୍ତ ରହିବ । ଏଥିପାଇଁ ଗ୍ରହଣସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଆଜି ରାତି ୧୦ଟା୩୮ ମିନିଟ୍ ଠାରୁ ପାକତ୍ୟାଗ ସହ ଦେବନୀତି ମଧ୍ୟ ବନ୍ଦ ରହିବ । ଆସନ୍ତାକାଲି ୨ ଟା ୯ମିନିଟ୍ ରେ ସର୍ବମୋକ୍ଷ ପ୍ରାପ୍ତି ହେବ । ତେଣୁ ସୂର୍ଯ୍ୟପରାଗର ସମସ୍ତ ବିଧି ପାଳନ ନିମନ୍ତେ ଏହି ସମୟ ମଧ୍ୟରେ ଦେବନୀତି ଓ ଅନ୍ନଭୋଜନ ନିଷେଧ କରାଯାଇଛି । ଏହି ସୂର୍ଯ୍ୟପରାଗ ଦର୍ଶନ କିଛି ରାଶି ପାଇଁ ଶୁଭ ହେବ ।
ଶୁଭ ରାଶି ଗୁଡ଼ିକ ହେଲା – ମେଷ , ବୃଷ , ସିଂହ , ମକର , କୁମ୍ଭ ଏବଂ ମୀନ ।
ଅଶୁଭ ରାଶି – କନ୍ୟା , ମିଥୁନ , ବିଛା
ଶୁଭ ନକ୍ଷତ୍ର : ୧,୨,୩,୪,୬,୭,୯,୧୧,୧୨,୧୩,,୧୫ ,୧୬,୧୮,୧୯,୨୦ ,୨୧,୨୨,୨୪,୨୫,୨୭
ଦିବା ୦୧.୦୧ମିନିଟ ପରେ ୧,୨,୩,୪,୫,୭,୮,୧୦, ୧୧,୧୨,୧୩, ୧୪, ୧୬,୧୭,୧୯,୨୦,୨୧,୨୨,୨୩,୨୫,୨୬ ନକ୍ଷତ୍ର ଥିବା ବ୍ୟକ୍ତିଙ୍କ ପାଇଁ  ଶୁଭ ।
ତେବେ ସୂର୍ଯ୍ୟପରାଗର ବିରଳ ଦୃଶ୍ୟକୁ ସାବଧାନତାର ସହ ଦେଖିହେବ । ସୌର ଚଷମା , ୧୪ ନଂ ୱେଲଡ଼ିଂ କାଚ , ପିନକଣା ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପରାଗକୁ ଦେଖିହେବ । ତେବେ କଳାଚଷମା , କଳାକାଚ , ହଳଦୀପାଣି , ଏକ୍ସରେ ଫିଲ୍ମ ଆଦିରେ ପରାଗ ଦେଖିବା ବିପଦଯୁକ୍ତ ଅଟେ । ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଗର୍ଭଧାରୀ ନାରୀ , ଅସୁସ୍ଥ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ପରାଗ ଦେଖିବାକୁ ବାରଣ କରାଯାଇଛି ।
ଅନ୍ୟପଟେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ନବଯୌବନ ଦର୍ଶନ ହେବ । ରବିବାର ହେବାକୁ ଥିବା ନବଯୌବନ ଦର୍ଶନ ସୂର୍ଯ୍ୟପରାଗ ପାଇଁ ଆଜି ଅନୁଷ୍ଠିତ ହେବ । ରାତି ୧୦ଟା ୩୭ମିନିଟ ୫୫ ସେକେଣ୍ଡ ପୂର୍ବରୁ ସମସ୍ତ ଦେବନୀତି , ପାକତ୍ୟାଗ , ଅନ୍ନଭୋଜନ ସମାପ୍ତ ହେବ । ଏହାପରେ ସମସ୍ତ ନୀତିକୁ ନିଷେଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking