40.1 C
Bhubaneswar
Thursday, April 25, 2024
Homeଓଡିଶାରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସରେ ଅନାଥାଶ୍ରମରେ ଫଳ ବଣ୍ଟନ, ଦୁଇ ସପ୍ତାହ ଧରି ସେବାଦଳ...

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସରେ ଅନାଥାଶ୍ରମରେ ଫଳ ବଣ୍ଟନ, ଦୁଇ ସପ୍ତାହ ଧରି ସେବାଦଳ ପାଳନ କରିବ ଜନସେବା ଅଭିଯାନ

ବଲାଙ୍ଗିର – ଆଜି ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ୫୦ତମ ଜନ୍ମ ଦିବସ । ଦେଶସାରା କଂଗ୍ରେସ ସେବା ଦଳ ଆଜି ଶ୍ରୀ ଗାନ୍ଧୀଙ୍କ ଜନ୍ମ ଦିବସରେ ଅନାଥାଶ୍ରମ ମାନଙ୍କରେ ରହୁଥିବା ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଛନ୍ତି । ଏହିକ୍ରମରେ ବଲାଙ୍ଗିରରେ ମଧ୍ୟ ଆରଟିଓ ଅଫିସ ନିକଟସ୍ଥ ଆଶା ଭିନ୍ନକ୍ଷମ ଆଶ୍ରମ, ପଥରଚେପା ସ୍ଥିତ ଡ. ବି.ସି.ଜେନା ମେମୋରିଆଲ ଭିନ୍ନକ୍ଷମ ସଂସ୍ଥା ଏବଂ ପାର୍ବତୀଗିରି ବାଳ ନିକେତନରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ବଲାଙ୍ଗିର କଂଗ୍ରେସ ସେବାଦଳ ତରଫରୁ ଫଳମୂଳ ବଣ୍ଟନ କରାଯାଇଥିଲା । ଆହୁରି ମଧ୍ୟ ଆଜିଠାରୁ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ଧରି କଂଗ୍ରେସର ସେବାଦଳ ଜନସେବା ଅଭିଯାନ ନାଁରେ ବିଭିନ୍ନ ସ୍ଥାନମାନଙ୍କରେ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରି ସାଧାରଣ ଜନତାଙ୍କ ସହ ଦଳର ଚିନ୍ତାଧାରାକୁ ଯୋଡିବାର କାମ କରିବ । ଆଜିର ଏହି କାର୍ଯ୍ୟକ୍ରମର ନେତୃତ୍ୱ ଜିଲ୍ଲା କଂଗ୍ରେସର ସେବାଦଳ ଅଧ୍ୟକ୍ଷ ଅସୀତ କୁମାର ମିଶ୍ର ନେଇଥିବା ବେଳେ ନଗର ସେବାଦଳ ସଭାପତି ଅମୁଲ୍ୟ ସେଠ, ମହିଳା କଂଗ୍ରେସ ଅଧ୍ୟକ୍ଷା ମିଳନୀ ସାହୁ, ଆରତିପ୍ରୀତି ନାଗ, ଟାଉନ ସଭାପତି ବୁଲୁ ଦାନି, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ନଗର ସଂଯୋଜକ ଜୁଲୁ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଚନ୍ଦ୍ରମଣି ତ୍ରିପାଠି, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ପି.ସି.ସି. ସଂପାଦକ ଅଜୟ ବାଲି, ସଂଜୟ ମିଶ୍ର, ରାହୁଲ ସାହୁ, କୁଳମଣି ସାହୁ, କିରଣ ସେଠ, ବିଦ୍ୟୁତ କୁମାର, ଜୟନାରାୟଣ ବହିଦାର ଏବଂ ମନବୋଧ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking