31.1 C
Bhubaneswar
Friday, March 29, 2024
HomeUncategorizedସୁକିନ୍ଦା ରୋଡ଼ ଆଇରନ ପ୍ଲଟ କୁ ପ୍ରଦୂଷଣ ନାମରେ ବନ୍ଦ କଲେ ଶ୍ରମିକ ମାନେ  ରାଜରାସ୍ତା...

ସୁକିନ୍ଦା ରୋଡ଼ ଆଇରନ ପ୍ଲଟ କୁ ପ୍ରଦୂଷଣ ନାମରେ ବନ୍ଦ କଲେ ଶ୍ରମିକ ମାନେ  ରାଜରାସ୍ତା କୁ ଯିବେ  

କଳିଙ୍ଗ ନଗର : ଆଜକୁ ଦଶ ବର୍ଷ ଧରି ସୁକିନ୍ଦା ରୋଡ଼ ରେଳ ଷ୍ଟେସନ ରେ ଆଇରନ ଲୋଡ଼ିଙ୍ଗ ଓ ଅନଲୋଡ଼ିଙ୍ଗ କାର୍ଯ୍ୟ ରେ ପାଞ୍ଚଶହ ରୁ ଉର୍ଦ୍ଧ ଦିନ ମଜୁରିଆ ଦୁଇ ହଜାର ରୁ ଉର୍ଦ୍ଧ ପରିବାର ବର୍ଗ ଙ୍କ ପେଟରେ ଦାନା ଦେଉଥିଲେ l ଆଜକୁ ଦଶ ବର୍ଷ ଧରି ଶ୍ରମିକ ମାନଙ୍କ ସ୍ୱାର୍ଥ କୁ ଆଖିଆଗରେ ରଖି ଏହି ପ୍ଲଟ ରେ ଦେଖାଯାଉଥିବା ଅନେକ ଅନିଆ ମିତତା ର ସୁଧାର ନିମନ୍ତେ ଶ୍ରମିକ ସଙ୍ଘ ଦାବି ହାସଲ କରିଥିଲା l ଏପରିକି ପ୍ରତ୍ୟକ ଏକ ଘଣ୍ଟା ଵେବଧାନ ରେ ପାଣି ଛିଞ୍ଚନ କରିବା, ଶ୍ରମିକ ମାନଙ୍କୁ ସୁରକ୍ଷା ସାମଗ୍ରୀ ଦେବା, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବାର ଵେବସ୍ଥା କରିବା ଏପରିକି ଶ୍ରମିକ ମାନଙ୍କ ବିଶ୍ରାମ ନିମନ୍ତେ ଏକ ଗୃହ ନିର୍ମାଣ କରିବା ସୁବିଧା ମାନ ଉପଲବ୍ଧ ହୋଇ ଅଛି |, କଳିଙ୍ଗ ନଗର ଶିଳ୍ପ ନଗର ର ଏହା ଗୋଟିଏ ରେଳ ପଥ ଅଟେ ଯେଉଁଠି ମେସିନ ଦ୍ୱାରା କମ କାମ ହୋଇ ଶ୍ରମିକ ମାନଙ୍କ ଦ୍ୱାରା ଅଧିକ କାର୍ଯ୍ୟ କରାଯାଏ l ଏହି ଶିଳ୍ପାଞ୍ଚଳ ରେ କେତେକ ଜଣା ଶୁଣା ପ୍ରଦୂଷଣ ମାଫିଆ ନିଜର ସ୍ୱାର୍ଥ ହାସଲ ପାଇଁ ବାରମ୍ବାର ପ୍ରଦୂଷଣ ନାମରେ ମାନଗୋବିନ୍ଦ ପୁର ଅଞ୍ଚଳ ବାସି ରୋଗରେ ପଡୁଥିବା ଅଭିଯୋଗ କରୁଛନ୍ତି କିନ୍ତୁ ଏହା  ସମ୍ପୂର୍ଣ ମିଥ୍ୟା ଅଟେ l ଏହି ପ୍ଲଟ ଉପରେ ରେ ତିନି ଗୋଟି ପଞ୍ଚାୟତ ଯଥା ଧୂଳିଗଡ଼, ତ୍ରିଜଙ୍ଗା ଓ ଖୁରୁଣ୍ଟି ର ବିଭିନ୍ନ ଗ୍ରାମରୁ ପାଞ୍ଚ ସହ ରୁ ଉର୍ଦ୍ଧ ଦଳିତ ପରିବାର ଦୈନିକ ରୋଜଗାର କରି ପରିବାର ଚଳାଇ ଆସୁଛନ୍ତି ବିଭିନ୍ନ ଖବର କାଗଜ ରେ ପ୍ରକାଶିତ ଅନୁଯାଇ ଏହି ପ୍ଲଟ ସମ୍ପୂର୍ଣ ପ୍ରଦୂଷିତ ବୋଲି ଅଭିଯୋଗ “ଏନଜିଟି” ଙ୍କ ନିକଟରେ କରାଯାଇଅଛି ଯାହା ତଦନ୍ତ ନିମନ୍ତେ ଯାଜପୁର ଜିଲ୍ଲାପାଳ,ରାଜ୍ୟ ପ୍ରଦୂଷଣ ନିର୍ଦ୍ଧେଶକ ଓ କଳିଙ୍ଗ ନଗର ପ୍ରଦୂଷଣ ବିଭାଗ ଆଞ୍ଚଳିକ ଅଧିକାରୀ ତଦନ୍ତ ନିମନ୍ତେ ନିର୍ଦେଶ ଦିଆଯାଇ ଅଛି l ଏହି ଆଦେଶ କୁ ସୁକିନ୍ଦା ରୋଡ଼ ଲେବର ୟୁନିଅନ ର ସଭାପତି ବିଦ୍ୟାଧର ମହାନ୍ତି ସମ୍ପାଦକ ପରମାନନ୍ଦ ସେଠି ଉପ ସଭାପତି ମୁନେଶ୍ୱର ନାୟକ ସହ ସମ୍ପାଦକ ଅଭିମନ୍ୟୁ ପାତ୍ର ପ୍ରମୁଖ ସ୍ୱାଗତ କରିବା ସହିତ ଏ ଅଞ୍ଚଳ ର ଶିଳ୍ପ ବିକାଶ ରେ ବାଧକ ସାଜିବା ଓ ଏହି ପ୍ଲଟ ରୁ ବିଭିନ୍ନ କରାଖାନା କୁ ରପ୍ତାନି ହେଉଥୁବା କୋଇଲା ଓ ଖଣିଜ ପଦାର୍ଥ କୁ ପ୍ରଦୂଷଣ ନାମରେ ବନ୍ଦ କରିବା ଚକ୍ରାନ୍ତ କଲେ ବାଧ୍ୟ ହୋଇ ଶ୍ରମିକ ମାନେ ନିଜର ଜୀବନ ଜୀବିକାକୁ ସୁରକ୍ଷା ନିମନ୍ତେ ରାଜ ରାସ୍ତା କୁ ଓଲ୍ହେବାକୁ ବାଧ୍ୟ ହେବେ l
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking