28.1 C
Bhubaneswar
Saturday, April 27, 2024
Homeରାଜନୀତିପେଟ୍ରୋଲ୍‌, ଡିଜେଲ୍ ଓ ରନ୍ଧନଗ୍ୟାସର ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବିରୋଧରେ ରାଜ୍ୟ ମହିଳା...

ପେଟ୍ରୋଲ୍‌, ଡିଜେଲ୍ ଓ ରନ୍ଧନଗ୍ୟାସର ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବିରୋଧରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

ଭୁବନେଶ୍ୱର : କ୍ରମାଗତ ଭାବେ ପେଟ୍ରୋଲ୍ ଓ ଡିଜେଲ୍‌ର ଦରବୃଦ୍ଧି ସାଙ୍ଗକୁ ରନ୍ଧନଗ୍ୟାସର ଦରବୃଦ୍ଧି ବର୍ତ୍ତମାନ କରୋନା ମହାମାରୀ ସମୟରେ ସାଧାରଣ ଜନତାଙ୍କ ଉପରେ ବେଡ଼ି ଉପରେ କୋରଡା ସଦୃଶ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଏହି ଦରବୃଦ୍ଧି ଘଟୁଛି । ଯାହାର ଫଳ ସ୍ୱରୂପ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା-ଖାଇବାତେଲ, ଡାଲି, ପନିପରିବା ଦର ଅହେତୁକ ବୃଦ୍ଧିପାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ହାଣ୍ଡିଶାଳକୁ ପ୍ରଚଣ୍ଡ ପ୍ରହାର କରିଛନ୍ତି । ଜଣେ ଗୃହିଣୀଟେ ଘର ଚଳାଇବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ଚୁଲିମୁଣ୍ଡରେ ବସି ଲୁହ ଗଡ଼ାଉଛି । ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀର ବର୍ଦ୍ଧିତ ଦର ଏବଂ ବର୍ଦ୍ଧିତ ତୈଳ ଦର ପ୍ରତ୍ୟାହାର ଦାବିରେ ଏ.ଆଇ.ସି.ସି. ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତି କ୍ରମେ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଜୁଲାଇ ୭ ତାରିଖରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିବାକୁ ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ରାମ ମନ୍ଦିର ଛକ ପେଟ୍ରୋଲ୍ ଟାଙ୍କୀଠାରେ ଗ୍ରାହକମାନଙ୍କର ମତାମତ ଓ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଗ୍ରାହକମାନେ ଦସ୍ତଖତ ଦେବା ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଶବାସୀଙ୍କୁ ଭୂଆଁ ବୁଲାଇବା ବା ଠକିବାରୁ ନିବୃତ୍ତ ରୁହନ୍ତୁ ବୋଲି ଖୋଲାଖୋଲି ମତ ରଖିଥିଲେ । ପ୍ରଧାନମନ୍ତ୍ରୀ ମହାଶୟ ଯେଉଁ ଆଚ୍ଛେଦିନର ସ୍ୱପ୍ନ ଦେଖାଇଥିଲେ ତାହା କେତେ ବାସ୍ତବରେ ପୂରଣ ହୋଇଛି ବୋଲି ଆଜି ଲୋକମାନେ ବୁଝିସାରିଲେଣି । ଉଭୟ ସରକାର ଟ୍ୟାକ୍ସ ଓ ଭାଟ୍ କମାନ୍ତୁ ଏବଂ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଉ ସାଧାରଣ ଲୋକଙ୍କୁ ଲୁଟନ୍ତୁ ନାହିଁ ବୋଲି ନିଜର ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ ମୋଦି ନେତୃତ୍ୱ ବିଜେପି ସରକାର ଅପେକ୍ଷା ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱ ୟୁପିଏ ସରକାର (୨୦୦୪-୨୦୧୪) ସମୟରେ ଅନ୍ତର୍ଜାତୀୟ ଅଶୌଧିତ ତୈଳ ଦର ସର୍ବାଧିକ ବାରେଲ୍ ପ୍ରତ୧୪୩ ଡଲାର ଥିବାବେଳେ ଜନସାଧାରଣ ବା ଗ୍ରାହକମାନେ ୬୩ ଟଙ୍କାରୁ ୭୩ ଟଙ୍କା ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ କିଣୁଥିଲେ । ବର୍ତ୍ତମାନ କିନ୍ତୁ ଅଶୌଧିତ ତୈଳ ଦର ସର୍ବାଧିକ ବାରେଲ୍ ପ୍ରତି ୪୦ ରୁ ୬୨ ଡଲାର ଥିବା ବେଳେ ତୈଳ ଦର ଗ୍ରାହକମାନେ ୧୦୦ଟଙ୍କାରୁ ୧୧୨ ଟଙ୍କା ଲିଟର ପ୍ରତି କିଣୁଛନ୍ତି । ସେହିପରି ୟୁପିଏ ସରକାର ସମୟରେ ଗ୍ୟାସ ଦର ୨୦୧୪ ମସିହାରେ ୪୧୪ଟଙ୍କା ଥିବାବେଳେ ବର୍ତ୍ତମାନ ମୋଦି ସରକାରରେ ଗ୍ୟାସ୍ ଦର ୮୭୦ଟଙ୍କା ଛୁଇଁଲାଣି । ଯଦି ଉଭୟ ସରକାର ପେଟ୍ରୋଲ୍‌, ଡିଜେଲ୍‌, ଓ ରନ୍ଧନଗ୍ୟାସର ବର୍ଦ୍ଧିତ ଟ୍ୟାକ୍ସ ଓ ଭାଟ୍ ନ କମାନ୍ତି, ତେବେ ମହିଳାମାନେ ଘରେ ନ ରହି ଆଗକୁ ରାଜରାସ୍ତାକୁ ଓହ୍ଲାଇ ଜୋର୍‌ଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ସମେତ ପି.ସି.ସି. କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏ.ଆଇ.ସି.ସି. ସମ୍ପାଦକ ତଥା ଓଡ଼ିଶା ସହପ୍ରଭାରୀ ଜି. ରୁଦ୍ର ରାଜୁ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷସିଂହ ସାଲୁଜା, ଅଧିରାଜମୋହନ ପାଣିଗ୍ରାହୀ, ଏ.ଆଇ.ସି.ସି. ମହିଳା କଂଗ୍ରେସ ସମ୍ପାଦିକା ତଥା ପ୍ରଭାରୀ ନୀତା ଡିସୋଜା, ଭୁବନେଶ୍ୱର ଜିଲ୍ଲା ମହିଳା ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ମମତା କୁଣ୍ଡୁ, ପ୍ରଣତି ମିଶ୍ର, ପ୍ରତିମା ମଲ୍ଲିକ, ଶ୍ରୀୟାସ୍ମିତା ପଣ୍ଡା, କନକ ମଲ୍ଲିକ, କୁସୁମ୍ ପ୍ରଧାନ, ସୁଭଦ୍ରା ମିଶ୍ର, ପ୍ରଭାବତୀ ପଟ୍ଟନାୟକ, ସ୍ନେହଲତା ଚୌଧୁରୀ ପ୍ରମୁଖ ବହୁ ମହିଳା ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking