26.1 C
Bhubaneswar
Wednesday, May 8, 2024
Homeଓଡିଶାସିବିଏସଇ ଢାଞ୍ଚାରେ ଆସେସମେଣ୍ଟ

ସିବିଏସଇ ଢାଞ୍ଚାରେ ଆସେସମେଣ୍ଟ

ଭୁବନେଶ୍ୱର: ଏଣିକି ସିବିଏସଇ ଢାଂଚାରେ ନବନ ଏବଂ ଦଶମ ପିଲାଙ୍କ ମୂଲ୍ୟାୟନ କରାଯିବ । ନବମ ଏବଂ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ । ବର୍ଷକରେ ୪ଟି ଫର୍ମେଟିଭ ଓ ୨ଟି ସବମିଟିଭ ପରୀକ୍ଷା ହେବ । ସେପ୍ଟେମ୍ବର ୨ୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା ହେବ । ଜାନୁୟାରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ ପରୀକ୍ଷା । ଆସେସମେଣ୍ଟ ପରୀକ୍ଷା ସରିଲେ ଫାଇନାଲ ପରୀକ୍ଷା ହେବ । ଯଦି ପୁଣି କୋଭିଡ ନେଇ ପରୀକ୍ଷା କରି ନ ହୁଏ, ଏ ଅନୁସାରେ ରେଜଲ୍ଟ ବାହାରିବ । ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ ।

ସେହିପରି ଅଫଲାଇନ ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ସଚିବ କହିଛନ୍ତି, ମାଟ୍ରିକ ପରୀକ୍ଷା ପାଇଁ ୧୫୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଂଜାମରୁ ସର୍ବାଧିକ ୧୩୧୫ ଫର୍ମ ପୂରଣ କରିଛନ୍ତି । ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ । ଏହାସହିତ କୋଭିଡ ଗାଇଡଲାଇନରେ ମାଟ୍ରିକ ପରୀକ୍ଷା ହେବ । ଯଦି କୌଣସି ଛାତ୍ରଛାତ୍ରୀ ବିନା ମାସ୍କରେ ଆସନ୍ତି, ତେବେ ପରୀକ୍ଷା ଦେଇପାରିବେନି । ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବାଧ୍ୟତାମୂଳକ । ସେହିପରି ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମ ବି କରାଯିବ । ପରୀକ୍ଷା ଆରମ୍ଭ ପୂର୍ବରୁ ଓ ସରିବା ପରେ ସାନିଟାଇଜ କରାଯିବ । ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ । ଅଗଷ୍ଟ ୨୨ ମଧ୍ୟରେ ରେଜଲ୍ଟ ବାହାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking