30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୦.୦୦୨ ପ୍ରତିଶତ ଲୋକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା

୦.୦୦୨ ପ୍ରତିଶତ ଲୋକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଟିକାକରଣ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ପ୍ରଦାନ କରିଛନ୍ତି । ଦୀର୍ଘ ୭ ମାସ ପରେ ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୨ ଲକ୍ଷକୁ ଖସିଛି । ଦେଶରେ କାଲି ସୁଦ୍ଧା ୪ ଲକ୍ଷ ୫୪ ହଜାର ଲୋକଙ୍କୁ ଟିକା ଦିଆଗଲାଣି । ଟିକାକରଣ ପରେ ବହୁତ କମ୍ ଲୋକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି । ମାତ୍ର ୦.୧୮ ପ୍ରତିଶତ ଲୋକଙ୍କ ଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି । ୦.୧୮ ପ୍ରତିଶତ ଲୋକଙ୍କ ମଧ୍ୟରୁ ମାତ୍ର ୦.୦୦୨ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ନିଆଯାଇଛି । ଟିକାକରଣ ପରେ ସାରା ବିଶ୍ୱରେ ପାର୍ଶ୍ୱ ପ୍ରତିକ୍ରିୟା ହାରରେ ଏହା  ସର୍ବନିମ୍ନ । ଉଭୟ ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ ନିରାପଦ ବୋଲି ନୀତି ଆୟୋଗ ସଦସ୍ୟ ଡାକ୍ତର ପଲ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଁ କୋଭାକ୍ସିନ ନେଇଛି, କିଛି ଅସୁବିଧା ନାହିଁ । ଅନ୍ୟପଟେ ଉଭୟ କରୋନା ଟିକା ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ବୋଲି କହିଛନ୍ତି ଆଇସିଏମଆର ଡିଜି । ଟିକା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି । ଟିକା ନେବା ଦ୍ୱାରା କରୋନା ଜନିତ ମୃତ୍ୟୁକୁ ରୋକ ଦିଆଯାଇପାରିବ । ଟିକା ପାଇଁ କାହାରି ମନରେ ଦ୍ୱିଧା ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking