31.1 C
Bhubaneswar
Tuesday, May 7, 2024
Homeଓଡିଶାଆରିଥ୍‌ମିଆ ଚିକିତ୍ସାର ସୁବିଧା ସମ୍ ଅଲ୍ଟିମେଟ୍ ମେଡିକେୟାର

ଆରିଥ୍‌ମିଆ ଚିକିତ୍ସାର ସୁବିଧା ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱର : ହୃଦ୍‌ସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥ୍‌ମିଆ ର ଚିକିତ୍ସା ଏବେ
ସମ୍ ଅଲଟିମେଡ କେୟାରରେ ଉପଲବ୍ଧ । ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ
ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍ମମ୍‌ରେ ଆରମ୍ଭ ହୋଇଛି ।
ଆରିଥ୍‌ମିଆ ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦ୍‌ସ୍ପନ୍ଦନ ସୃଷ୍ଟି ହୋଇଥାଏ । ହାର୍ଟବିଟ୍‌କୁ ନିୟନ୍ତ୍ରଣ
କରୁଥିବା ଶକ୍ତି ଠିକ୍ ଭାବେ କାମ ନ କଲେ ହୃଦ୍‌ସ୍ପନ୍ଦନ ଖୁବ୍ ଦ୍ରୁତ (ଟାକିକାର୍ଡିଆ) କିମ୍ବା ଖୁବ୍ ଧୀର
(ବ୍ରାଡିକାର୍ଡିଆ) ହୋଇଥାଏ ।
ଏହିଭଳି ସମସ୍ୟାର ଉତ୍ପତିକୁ ନେଇ ଏହାକୁ ଆଟ୍ରିଆ କିମ୍ବା ଭେନ୍‌ଟ୍ରିକ୍ଲସ୍ ଭାବେ ଶ୍ରେଣୀଭୁକ୍ତ କରାଯାଇଛି ।
ହୃଦ୍‌ସ୍ପନ୍ଦନର ଗତିକୁ ନେଇ ମଧ୍ୟ ଏହା ନିର୍ଣ୍ଣୟ କରାଯାଏ ।
ଔଷଧ ମାଧ୍ୟମରେ ଚିକିତ୍ସା କରାଯାଇ ଏହାର ନିରାକରଣ କରାଯାଇଥାଏ ଅଥବା ହାର୍ଟରେଟ୍‌କୁ ନିୟନ୍ତ୍ରଣ
କରାଯାଇଥାଏ । ଯେତେବେଳେ ଔଷଧ କାମ ଦିଏ ନାହିଁ ଇପି ଷ୍ଟଡି ଏବଂ ରେଡିଓଫ୍ରିକ୍ୱେନ୍ସି କୋଥାଟର
ଆବ୍‌ଲେସନ୍ ଭଳି କେତେକ ଇନ୍‌ଭେସିଭ୍ ଥେରାପି ମାଧ୍ୟମରେ ଏହାର ଚିକିତ୍ସା କରାଯାଇଥାଏ ।
ଯଦିଓ ପୂର୍ବରୁ ଅନେକ ରୋଗୀ ଓଡ଼ିଶା ବାହାରର କେତେକ ମେଟ୍ରୋ ସହରକୁ ଏହି ରୋଗର ଚିକିତ୍ସା ପାଇଁ
ଯାଉଥିଲେ ତେବେ ବର୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଅଭିଜ୍ଞ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟଙ୍କ ପ୍ରତ୍ୟକ୍ଷ
ତତ୍ୱାବଧାନରେ ଏହି ଚିକିତ୍ସା ଉପଲବ୍ଧ । ସମସ୍ତ ସରଳ/ଜଟିଳ ଚିକିତ୍ସା ଏବଂ ପିଏସ୍‌ଭିଟି, ଭିଟି, ଆଟ୍ରିଆଲ୍‌
ଫିବ୍ରିଲେସନ୍ ଏବଂ ଫ୍ଲଟର ଭଳି ଅପରେସନ୍ ପରବର୍ତି ଆରିଥମିଆ ର ଚିକିତ୍ସା ସମ୍ମମ୍‌ରେ କରାଯାଇଛି ।
କଣ୍ଡକ୍ସନ୍ ସିଷ୍ଟମ୍ ଡିଜ୍‌ଅର୍ଡର୍ ଏବଂ ହାର୍ଟ ଫେଲ୍ୟୁଅର୍ ଭଳି କେସ୍‌ରେ ସମସ୍ତ ପ୍ରକାରର କନ୍‌ଭେନ୍‌ସ୍‌ନାଲ୍ ଓ
ଅତ୍ୟାଧୁନିକ ଫିଜିଓଲୋଜିକାଲ୍ ପେସ୍‌ମେକର୍ ପ୍ରତ୍ୟାରୋପଣ କରାଯାଇପାରିବ । ସେହିପରି ଔଷଧ ଦ୍ୱାରା
କେତେକ ବଂଶାନୁକ୍ରମିକ ହାର୍ଟଫେଲ୍ୟୁଅର୍ କ୍ଷେତ୍ରରେ ଉପକାର ମିଳୁ ନଥିଲେ ସ୍ୱତନ୍ତ ପେସ୍‌ମେକର ଲଗାଯାଇ
ଚିକିତ୍ସା କରାଯାଇପାରିବ ।
ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ବର୍ତମାନ ଏକ ସ୍ୱତନ୍ତ୍ର କାର୍ଡିଓଲୋଜି ବିଭାଗ ରହିଥିବା ବେଳେ ଅନୁଭୂତି
ସମ୍ପନ୍ନ ତଥା ବିଶିଷ୍ଟ କାର୍ଡିଓଲୋଜିଷ୍ଟସ୍‌, କାର୍ଡିଆକ୍ ସର୍ଜନ୍ ଏବଂ କାର୍ଡିଆକ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଉତମ
ଚିକିତ୍ସା ପ୍ରଦାନ କରୁଛନ୍ତି । ସମ୍ମମ୍ ପେସ୍‌ମେକର/ଆଇସିଡି/ସିଆର୍‌ଟି ପ୍ରତିରୋପଣ ଏବଂ ସଂକ୍ରମିତ
ପେସ୍‌ମେକର ଲିଡ୍‌କୁ ଆବଶ୍ୟକସ୍ଥଳରେ କାଢ଼ିବା ନେଇ ଏକ ସ୍ୱତନ୍ତ୍ର କେନ୍ଦ୍ର ଭାବେ ଉଭା ହୋଇଛି । ଏଥିସହିତ
ପେସ୍‌ମେକର/ଆଇସିଡି/ଆଇଆର୍‌ଟି ପ୍ରୋଗ୍ରାମିଙ୍ଗ୍ ଏବଂ ଆରିଥମିଆ ସମ୍ପର୍କିତ ସମସ୍ୟା ଏବଂ ହାର୍ଟଫେଲ୍ୟୁଅର୍
ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ ଆରମ୍ଭ ହୋଇଥିବା ବେଳେ କାର୍ଡିଆକ୍ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଚିକିତ୍ସା ପ୍ରଦାନ
କରୁଛନ୍ତି ।
ସମ୍ ଅଲ୍ଟିମେଟରେ କରୋନାରୀ ଷ୍ଟେନ୍‌ଟିଙ୍ଗ୍‌, ବାଇପାସ ସର୍ଜରୀ, ଭାଲ୍‌ଭ ରିପ୍ଲେସ୍‌ମେଂଟ, ହାର୍ଟରେ ଥିବା ଛିଦ୍ରର
ସର୍ଜରୀ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଖୁବ୍ ସୁଲଭ ମୂଲ୍ୟରେ ଚିକିତ୍ସା ଉପଲବ୍ଧ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking