38.1 C
Bhubaneswar
Wednesday, May 1, 2024
Homeଅପରାଧବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ : ଦିଲ୍ଲୀର ସଲିମପୁରର ଜନଗହଳିପୂର୍ଣ୍ଣ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କ ଉପରକୁ ହେଲା ଗୁଳିମାଡ଼ । ଗୁଳିମାଡ଼ର ଶବ୍ଦରେ ସାରା ଅଞ୍ଚଳ ସବ୍ଧ ହୋଇଯାଇଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଯୁବକଙ୍କ ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଗୁଳିମାଡ଼ରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ଗୁଳିମାଡ଼ର ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିଥିଲା । ପୋଲିସ ବିଚ୍‌ ରାସ୍ତାରେ ଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରିଥିଲା । ସିସିଟିଭି ଫୁଟେଜରେ ଗୁଳିକାଣ୍ଡର ସମସ୍ତ ଭିଡିଓ କଏଦ ହୋଇଥିଲା । କିନ୍ତୁ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତକୁ ଗିରଫ କରିବା ପାଇ ପୋଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking