31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଭିିଡିଓ କଲରେ ମହିଳା ଆଇନଜୀବୀଙ୍କୁ ଯୌନ ନିର୍ଯାତନା; ୧୫ ଲକ୍ଷ ଠକି ନେଲେ ସାଇବର ଠକ

ଭିିଡିଓ କଲରେ ମହିଳା ଆଇନଜୀବୀଙ୍କୁ ଯୌନ ନିର୍ଯାତନା; ୧୫ ଲକ୍ଷ ଠକି ନେଲେ ସାଇବର ଠକ

ବେଙ୍ଗାଲୁରୁ: ବର୍ତ୍ତମାନ ଡିଜିଟାଲ ଯୁଗରେ ସାଇବର ଅପରାଧ ଏକ ବଡ ସମସ୍ୟା ଭାବେ ଚିନ୍ତା ସୃଷ୍ଟି କରିଛି । ପ୍ରତିଦିନ ଏଥିସହ ଜଡିତ ଠକମାନେ କାହାକୁ ନା କାହାକୁ ଠକିବାରେ ସଫଳ ହେଉଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଏପରି ଘଟଣାମାନ କ୍ରମାଗତ ଭାବେ ସାମ୍ନାକୁ ଆସିବାରେ ଲାଗିଛି । ବିଶେଷ ଭାବେ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏହି ଅପରାଧର ଜାଲରେ ଫସିବାରୁ ବର୍ତ୍ତିପାରୁ ନାହାନ୍ତି । ଏପରି ଏକ ମାମଲା କର୍ଣ୍ଣାଟକର ବେଙ୍ଗାଲୁରୁରୁ ଆସିଛି । ସାଇବର ଅପରାଧର ଏହି ଘଟଣା ସମଗ୍ର ଦେଶରେ ସମ୍ବେଦନଶୀଳତା ସୃଷ୍ଟି କରିଛି ।

ଜଣେ ମହିଳା ଆଉନଜୀବୀ ଭିଡିଓ କଲ ମାଧ୍ୟମରେ ଅନଲାଇନ ଠକଙ୍କ ଦ୍ୱାରା ଯୌନ ନିର୍ଯାତନା ଓ ୧୫ ଲକ୍ଷ ଟଙ୍କାର ଠକେଇର ଶିକାର ମଧ୍ୟ ହୋଇଛନ୍ତି । ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ, ଏପ୍ରିଲ ୩ ତାରିଖରେ ‘ଫିଡେକ୍ସ’ କୋରିୟର କମ୍ପାନୀର ପ୍ରତିନିଧୀ ଭାବରେ ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କୁ କଲ କରିଥିଲେ । ମହିଳାଙ୍କ ନାମରେ ମୁମ୍ବାଇରୁ ଥାଇଲ୍ୟାଣ୍ଡକୁ ପଠାଯାଇଥିବା ପାର୍ସଲରେ ୫ ପାସପୋର୍ଟ, ୩ କ୍ରେଡିଟ କାର୍ଡ ଏବଂ ନିଶାଦ୍ରବ୍ୟ ସାମଗ୍ରୀ ରହିଥିବା କହିଥିଲେ । ଏହା ପରେ ମହିଳାଙ୍କୁ ଭିଡିଓ କଲ କରିବାକୁ କୁହାଯାଇଥିଲା ।

ଏହା ପରେ ସେ ମହିଳାଙ୍କ କଲକୁ ମୁମ୍ବାଇର ସାଇବର କ୍ରାଇମ ଟିମକୁ ସ୍ଥାନାନ୍ତର କରିବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଭିଡିଓ କଲ ମାଧ୍ୟମରେ ନିଶାଦ୍ରବ୍ୟ ଯାଞ୍ଚ କରିବା ପାଇଁ ମହିଳାଙ୍କୁ ପୋଷାକ ଖୋଲିବାକୁ ମଧ୍ୟ କହିଥିଲେ ଠକଙ୍କ ଗୋଷ୍ଠୀ । ଏହାପରେ ସେମାନେ ଏହି ଭିଡିଓକୁ ନେଟରେ ଅପଲୋଡ କରିଦେବା ନେଇ ମହିଳାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ସାଇବର ଠକ ମହିଳାଙ୍କୁ ବ୍ଲକମେଲ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏବେ ପୀଡିତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଅଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ କଲ ଆସିଥିବା ଫୋନ ନମ୍ବର ମାଧ୍ୟମରେ ଠାବ କରିବା ପାଇଁ ପ୍ରୟାସ କରାଯାଉଛି । ଏବେ ସୁଦ୍ଧା ସେମାନଙ୍କ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି । ମାତ୍ର ଜଣେ କାର୍ଯ୍ୟରତ ଆଇନଜୀବୀ ମଧ୍ୟ ଏପରି ଠକାମୀର ଶିକାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍‌ଯ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking