26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶମୋତେ ମାର୍କ ନଦେଲେ, ମୋ ଜେଜେ ବାବା କଳା ଯାଦୁ କରିବେ: ମାଟ୍ରିକ ପରୀକ୍ଷା ଉତ୍ତର...

ମୋତେ ମାର୍କ ନଦେଲେ, ମୋ ଜେଜେ ବାବା କଳା ଯାଦୁ କରିବେ: ମାଟ୍ରିକ ପରୀକ୍ଷା ଉତ୍ତର ଖାତାରୁ ମିଳିଲା ଛାତ୍ରଙ୍କ ଏହି ଚେତାବନୀ

ଅମରାବତୀ: ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଛାତ୍ର ଜୀବନରେ ମଟ୍ରିକ ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ । ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲା ପରେ ଉଚ୍ଚଶିକ୍ଷା ଆରମ୍ଭ କରିଥାଏ ଜଣେ ଛାତ୍ର । ତେଣୁ ସ୍କୁଲ ଜୀବନର ଏହି ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଛାତ୍ରଛାତ୍ରୀ ପୁରା ପରିଶ୍ରମର ସହ ପ୍ରସ୍ତୁତି କରିଥାନ୍ତି । ହେଲେ ଜଣେ ଛାତ୍ର ଅଧିକ ମାର୍କ ପାଇଁ ଉତ୍ତର ଖାତାରେ ପରୀକ୍ଷକଙ୍କୁ ଦେଲେ ଚେତାବନୀ । ଯଦି ତାଙ୍କୁ ଅଧିକ ମାର୍କ ନମିଳେ, ତେବେ ତାଙ୍କ ଜେଜେ ବାବା ଉତ୍ତର ଖାତା ମୂଲ୍ୟାଙ୍କନ କରିଥିବା ଶିକ୍ଷକଙ୍କୁ କଳାଯାଦୁ କରିଦେବେ । ଜଣେ ଛାତ୍ରଙ୍କ ଉତ୍ତର ଖାତାରେ ଏପରି କିଛି ଚେତାବନୀପୂର୍ଣ୍ଣ ଟିପ୍ପଣୀ ମିଳିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଘଟଣାଟି ଆନ୍ଧ୍ର ପ୍ରଦେଶର ବାପଟଲା ଜିଲ୍ଲାରେ ଦେଖିବାକୁ ମିଳିଛି । ବାପଟଲା ଜିଲ୍ଲାର ଏକ ସ୍କୁଲରେ ହୋଇଥିବା ମାଟ୍ରିକ ପରୀକ୍ଷାର ଏକ ଉତ୍ତର ଖାତାରେ ଏପରି ଅଜବ ଟିପ୍ପଣୀ ସମ୍ନାକୁ ଆସିଛି । ତେଲଗୁ ଭାଷାରେ ଥିବା ଏହି ପେପରରେ ରାମାୟଣ କଥାବସ୍ତୁ ବର୍ଣ୍ଣନା କରିବା ସମ୍ପର୍କରେ ଏହି ପ୍ରଶ୍ନଟି ଥିଲା । ଏଥିରେ ସମ୍ପୃକ୍ତ ଛାତ୍ରଜଣକ ଲେଖିଛନ୍ତି, ଯଦି ତାଙ୍କୁ ଅଧିକ ମାର୍କ ନମିଳେ, ତେବେ ଖାତା ମୂଲ୍ୟାଙ୍କନ କରିଥିବା ଶିକ୍ଷକଙ୍କୁ ତାଙ୍କ ଜେଜେ ବାବା କଳାଯାଦୁ କରିଦେବେ । ଏପରି ଆପତ୍ତିଜନକ ଟିପ୍ପଣୀ ସାମ୍ନାକୁ ଆସିବା ପରେ ଉତ୍ତର ଖାତାକୁ ପୃଥକ କରାଯିବା ସହ ଉପରିସ୍ତ ଅଧିକାରୀଙ୍କୁ ସମ୍ପୃକ୍ତ ମୂଲ୍ୟାଙ୍କନକାରୀ ଶିକ୍ଷକ ଅବଗତ କରିଥିଲେ । ଯାହାର ବିଭାଗୀୟ ତଦନ୍ତ ଜାରି ରହିଛି ।

ଛାତ୍ରଜଣକ ପରିଚୟ ଏପର୍ଯ୍ୟନ୍ତ ଶିକ୍ଷା ବିଭାଗ ସାର୍ବଜନୀନ କରିନାହିଁ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ପେପରେ ସମ୍ପୃକ୍ତ ଛାତ୍ରଜଣକ ୧୦୦ରୁ ୭୦ ମାର୍କ ମଧ୍ୟ ପାଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ ସହ କୃତକାର୍ଯ୍ୟ ହେବା ପାଇଁ ପିଲାମାନେ ରାତି ଦିନ ପରିଶ୍ରମ କରିଥାନ୍ତି । ଅଭିଭାବକ ଓ ଶିକ୍ଷକମାନେ ମଧ୍ୟ ସେମାନଙ୍କୁ କଠିନ ପରିଶ୍ରମ ସହ ସଫଳତା ହାସଲ କରି ନିଜ କ୍ୟାରିୟରରେ ଆଗକୁ ବଢିବା ପାଇଁ ସର୍ବଦା ପ୍ରେରଣା ଦିଅନ୍ତି । କିନ୍ତୁ ଏହି କୋମଳମତି ବୟସରେ ଛାତ୍ରଜଣକ ଠାରେ ଏପରି ଅନ୍ଧବିଶ୍ୱାସର ପ୍ରଭାବ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଶିକ୍ଷା ବିଭାଗ ସମ୍ପୃକ୍ତ ଛାତ୍ରଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ନେଇ ସମସ୍ତେ ଆଶା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking