35.1 C
Bhubaneswar
Wednesday, May 8, 2024
Homeଅପରାଧଜମିଜମା ବିବାଦରୁ ଗଡିଲା ମୁଣ୍ଡ, ଦୁଇଟି ପରିବାରର ୬ ମୃତ

ଜମିଜମା ବିବାଦରୁ ଗଡିଲା ମୁଣ୍ଡ, ଦୁଇଟି ପରିବାରର ୬ ମୃତ

ଲକ୍ଷ୍ନୌ: ଜମିଜମା ବିବାଦକୁ ନେଇ ଗଡିଲା ମୁଣ୍ଡ । ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ରୁଦ୍ରପୁର ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା । ଯାହା ଶେଷରେ ଉଗ୍ର ରୂପ ଧାରଣ କରିଥିଲା । ଦୁଇ ପରିବାର ମୁହାଁମୁହିଁ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ପିଟିପିଟି ଛଅ ଜଣଙ୍କୁ ହତ୍ୟା କରାଯାଇଥିବା ଜଣା ପଡ଼ିଛି ।

ମୃତକଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଅଛନ୍ତି । ଦୀର୍ଘ ଦିନରୁ ଗ୍ରାମରେ ଜମିଜମା ବିବାଦ ଲାଗି ରହିଥିବା ପୋଲିସ କହିଛି । ଆଜି ସକାଳ ସମୟରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସର କହିବା ଅନୁଯାୟୀ, ରୁଦ୍ରପୁର ଗ୍ରାମରେ ପୂର୍ବତନ ପଞ୍ଚାୟତ ସଦସ୍ୟ ପ୍ରେମ ଯାଦବଙ୍କୁ ମାଡ଼ ମରା ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରୁ ପ୍ରକାଶ ଦୁବେଙ୍କୁ ହତ୍ୟା କରାଯାଇଥିଲା । ଅନ୍ୟ ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking