25.1 C
Bhubaneswar
Thursday, May 9, 2024
Homeଓଡିଶାଆମେ ରଥ ଟାଣିବୁ

ଆମେ ରଥ ଟାଣିବୁ

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗରେ ୨ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିନାୟକ ଦାସମହାପାତ୍ର । ଘୋଷଯାତ୍ରାକୁ ଆଉ ମାତ୍ର ସପ୍ତାହେ ଥିବାରୁ ସରକାର ଯେତେ ଜଲଦି ସମ୍ଭବ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି । ରଥଯାତ୍ରା କିପରି ବିନାଭକ୍ତରେ ହେବ ସରକାର ସେଥିପାଇଁ ଘୋଷଣା କରନ୍ତୁ । କେନ୍ଦ୍ର ଓ ରାଜ୍ୟର କୋଭିଡ ନୀତି ନିୟମ ମାନି ରଥଯାତ୍ରା ଅନୁଷ୍ଠିତ କରିବାକୁ କୁହନ୍ତୁ । ସେ କହିଛନ୍ତି ‘ଆମେ ବିଭାଗୀୟ ମନ୍ତ୍ରୀ ଓ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ କଥା ହୋଇଛୁ । ଆମେ ୧୭ ଶହରୁ ୨ ହଜାର ସେବାୟତ ରଥ ଟାଣଇବାକୁ ପ୍ରସ୍ତୁତ ଅଛୁ । ବଡ ଦାଣ୍ଡରେ ପୂର୍ବରୁ ବାଲି ଥିଲା ବୋଲି ହାତି ରଥ ଟାଣି ନେଉଥିଲେ । ଏବେ ହାତୀ ମିଳୁନାହାନ୍ତି । କିପରି ରଥ ଟାଣିବେ । ଅନ୍ୟପଟେ ମେସିନରେ ରଥ ଟଣାଯିବା ଅନୁଚିତ୍ । ରଥ ଟାଣିବାକୁ ଆମେ ଆମେ ସେବାୟତ, ପୋଲିସ ପ୍ରଶସାନ ପ୍ରସ୍ତୁତ ଅଛୁ । ଏହାକୁ ବାଦ ଦେଲେ ରଥଯାତ୍ରା ନେଇ ହାଇକୋର୍ଟ, ସୁପ୍ରିମକୋର୍ଟ ଯିବା ଉଚିତ୍ ନୁହେଁ । ଏନେଇ ରାଜନୀତି କରିବା ଠିକ୍ ନୁହେଁ । ଆମେ ଚାହୁଁ ଭଲରେ ରଥ ଟଣା ହେଉ । ଏ ସଂପର୍କରେ ୧୮ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ’ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking