୬ ଲକ୍ଷ କର୍ମ ଦିବସ ଟପିଲା ମନରେଗା ଯୋଜନା

ଯାଜପୁର : ମନରେଗା ରେ ଜୁନ ୧୫ ତାରିଖ ସୁଦ୍ଧା ଯାଜପୁର ଯାଜପୁର ଜିଲ୍ଲା ରେ ୬0୬୨୪୮ କର୍ମ ଦିବସ ସୃଷ୍ଟି ହୋଇ ପାରିଛି !ଏଥି ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି !ଵିଵେଶ ଭାବ ରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କ ର ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନ, ସମସ୍ତ ବିଡ଼ିଓ ଏବଂ ଯନ୍ତ୍ରୀ ଙ୍କ ଠାରୁ ଆରଂଭ କରି ଜି. ଆର. ଏସ  ପର୍ଯ୍ୟନ୍ତ କର୍ମଚାରୀ ସର୍ବୋପରି ମନରେଗା ରେ  ଶ୍ରମଦାନ କରୁଥିବା କର୍ମଜୀବି ମାନଂକୁ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି !

ବର୍ତମାନ ସୁଦ୍ଧା ବଡ଼ଚଣା ବ୍ଲକ ରେ ୬0୬୫୮, ବରୀ ରେ ୬୮୭0୭, ବିଂଝାରପୁର ୧0୫0୧୭, ଦାନଗଦି ୨୩୫୨୬, ଦରରଥପୁର ୧୪୧୨00, ଧର୍ମଶାଳା ୪୩୨୮୧, ଯାଜପୁର ୬0୩ ୭୫, କୋରାଇ ୬୨୪୧୧, ରସୁଲପୁର ୧୮୬0୫ ଓ ସୁକିନ୍ଦା ବ୍ଲକରେ ୪୨୫୬୮ ଗୋଟି କର୍ମ ଦିବସ ସୃଷ୍ଟି ହୋଇପାରିଛି !ଏଥିରେ ପ୍ରଵାସୀ ମାନେମଧ୍ୟ  ଶ୍ରମ ଦାନ କରିଛନ୍ତି !ଜିଲ୍ଲା ପାଳ ଶ୍ରୀ ଦାସ ମଧ୍ୟ ଏହି ସଂକଳ୍ପ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର