34.1 C
Bhubaneswar
Thursday, April 25, 2024
Homeଓଡିଶାଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ : ଧର୍ମେନ୍ଦ୍ର ପ୍ରଧାନ

ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ : ଧର୍ମେନ୍ଦ୍ର ପ୍ରଧାନ

-ଏହି ଇଲେକ୍ଟ୍ରୋନିକ୍ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ
ଆଡକୁ ଆଗେଇ ନେବ
– ମୂଲ୍ୟ ନିର୍ଦ୍ଧାରଣରେ ଆଇଜିଏକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ
-ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଏବଂ ଆତ୍ମନିର୍ଭର ଭାରତ ଦିଗରେ ବଡ ପଦକ୍ଷେପ
ନୂଆଦିଲ୍ଲୀ/ଭୁବନେଶ୍ୱର,  – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଅନଲାଇନ୍‌
ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି । ଏହା ଦେଶବ୍ୟାପୀ
ପ୍ରଥମ ଅନଲାଇନ୍ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଏବଂ ଏହି ନୂଆ ଇଲେକ୍ଟ୍ରୋନିକ୍ ଟ୍ରେଡିଂ
ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ
କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦୁତିକ ଟ୍ରେଡିଂ ପ୍ଲାଟଫର୍ମର ଶୁଭାରମ୍ଭ
ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ ଖୋଲିଛି ଏବଂ ମୂଲ୍ୟ ନିର୍ଦ୍ଧାରଣରେ ଆଇଜିଏକ୍ସ ପ୍ରମୁଖ
ଭୂମିକା ଗ୍ରହଣ କରିବ । ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏହି ପ୍ଲାଟଫର୍ମ ସହାୟକ ହେବ
ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ(ପିଏନଜିଆରବି) ଖୁବ
ଶୀଘ୍ର ଗ୍ୟାସ ପରିବହନ ପାଇଁ ଏକ ନୂତନ ପ୍ରୋ-ବିଜନେସ ଶୁଳ୍କ ନୀତି ଘୋଷଣା କରିବ । ସେହପରି
ଆଇଜିଏକ୍ସ ମାଧ୍ୟମରେ ଏଲଏନଜି ଟର୍ମିନାଲ, ଗ୍ୟାସ ପାଇପଲାଇନ, ସିଜିଡି ଭିତିଭୂମି ଏବଂ ବଜାର
ଚାଳିତ ମୂଲ୍ୟ ମେକାନିଜିମ୍ ପାଇଁ ଅନୁମତି ନିମନ୍ତେ ବଡ ପୁଞ୍ଜିନିବେଶ ପାଇଁ ଭାରତର ଦୂରଦୃଷ୍ଟି ବାସ୍ତବ
ରୂପ ନେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking