35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶ୧୫୩୪ ପଏଣ୍ଟ ଉପରେ ସେନ୍‌ସେକ୍ସ

୧୫୩୪ ପଏଣ୍ଟ ଉପରେ ସେନ୍‌ସେକ୍ସ

ନୂଆଦିଲ୍ଲୀ : ବିଫଳତା ଧାରାକୁ ପଛରେ ପକାଇ ନିବେଶକଙ୍କୁ ଲାଭବାନ କରିଛି ଭାରତୀୟ ପୁଞ୍ଜିବଜାର । ସେନ୍‌ସେକ୍ସ ୧୫୩୪ ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟି ୪୫୭ ପଏଣ୍ଟ ଉପରକୁ ଉଠିଛି । ୩୦ ଶେୟାର ବିଏସ୍‌ଇ ସେନସେକ୍ସ ୧୫୩୪ ପଏଣ୍ଟ ଉପରକୁ ଉଠି ୫୪୩୨୬ ପଏଣ୍ଟରେ ପହଞ୍ଚିଛି । ଅନ୍ୟ ପକ୍ଷରେ ନିଫ୍‌ଟି ୪୫୭ ପଏଣ୍ଟ ଉପରକୁ ଉଠି ୧୬୨୬୬ ପଏଣ୍ଟରେ ରହିଛି । ନିଫ୍‌ଟି ମିଡ୍ କ୍ୟାପ୍‌-୧୦୦ ଶେୟାର ଗୁଡିକ ୨.୨୦ ପ୍ରତିଶତ ଉପରକୁ ଉଠିଥିବ ବେଳେ ସ୍ମଲ୍ କ୍ୟାପ୍ ଶେୟାର ୨.୫୧ ପ୍ରତିଶତ ଉପରକୁ ଉଠିଛି । ଆଇଟି, ଅଟୋ, ଅଏଲ୍ ଆଣ୍ଡ ଗ୍ୟାସରେ ପଞ୍ଜୀକୃତ ୧୫ଟି ଲେଖାଏଁ କମ୍ପାନୀ ମଧ୍ୟରୁ ୧୦ଟି ଶେୟାର ଭଲ ପ୍ରଦର୍ଶନ କରିଥିଲେ ।

ନିଫ୍‌ଟି ମେଟାଲ ଓ ନିଫ୍‌ଟି ଫାର୍ମା ଶେୟାର ଯଥାକ୍ରମେ ୬.୮୬ ଓ ୩.୬୮ ପ୍ରତିଶତ ବଢିଥିଲା । ନିଫ୍‌ଟିରେ ବିପିସିଏଲ୍‌ର ଅଂଶଧନ ମୂଲ୍ୟ ସର୍ବାଧିକ ୪.୨୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଟାଟା ମୋଟର୍ସ, ଶ୍ରୀ ସିମେଣ୍ଟ ପ୍ରମୁଖ ନିବେଶକଙ୍କୁ ଲାଭ ଦେଇଛନ୍ତି । ବିଏସ୍‌ଇ ଲିଷ୍ଟେଡ୍ କମ୍ପାନୀ ଗୁଡିକ ମଧ୍ୟରେ ୨୪୯୭ଟି କମ୍ପାନୀର ଅଂଶଧନ ମୂଲ୍ୟ ବଢିଥିବା ବେଳେ ୭୭୭ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ପାଇଥିଲା । ୩୦ ଶେୟାର ବିଏସ୍‌ଇ ସେନସେକ୍ସରେ ଟାଟା ଷ୍ଟିଲ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଆଇଟିସି ଓ ୱିପ୍ରୋର ଅଂଶଧନ ମୂଲ୍ୟ ବୃଦ୍ଧି ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking