28.1 C
Bhubaneswar
Saturday, April 27, 2024
Homeଓଡିଶାବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ୧୪୪ ଧାରା ଲାଗୁ

ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ୧୪୪ ଧାରା ଲାଗୁ

ଖୋର୍ଦ୍ଧା : ଫିକା ପଡ଼ିଯିବ ରଜ ମଉଜ! କରୋନା ବେଳେ ସଂକ୍ରମଣକୁ ରୋକିବା ପାଇଁ ଜୁନ୍ ମାସ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । କରୋନା ସମୟରେ ଯେପରି ଗୋଷ୍ଠୀ ସଂକ୍ରମଣ ନ ହୁଏ , ତାହାକୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ରଜ ସମୟରେ ସାଧାରଣତଃ ଏହି ଦୁଇଟି ପୀଠରେ ପ୍ରବଳ ଜନଗହଳି ଦେଖିବାକୁ ମିଳେ । ଲୋକମାନେ ବୁଲାବୁଲି ସହ ଭୋଜିଭାତର ଆୟୋଜନ ମଧ୍ୟ କରିଥାନ୍ତି । କରୋନା ପାଇଁ କିପରି ଗୋଷ୍ଠୀ ସଂକ୍ରମଣ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।
ଏଥିସହ ରାଜରାସ୍ତା ଉପରେ ଖୋଲାରେ ଖିଆପିଆ କରିବାକୁ ମଧ୍ୟ ବାରଣ କରାଯାଇଛି । ଲୋକମାନେ କେବଳ ପାର୍ସଲ ନେଇପାରିବେ । ଦୋକାନ ନିକଟରେ ଠିଆ ହୋଇ ଖାଉଥିବା ଲୋକ ଓ ଦୋକାନୀ ଉଦ୍ଭୟଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking