34.1 C
Bhubaneswar
Thursday, April 25, 2024
Homeଅପରାଧଅନ୍ଧ ବିଶ୍ୱାସ ପାଇଁ ଦାଦାକୁ ମାରିଲା ପୁତୁରା, ପଢନ୍ତୁ ପୁରା କାହାଣୀ

ଅନ୍ଧ ବିଶ୍ୱାସ ପାଇଁ ଦାଦାକୁ ମାରିଲା ପୁତୁରା, ପଢନ୍ତୁ ପୁରା କାହାଣୀ

ନୂଆଦିଲ୍ଲୀ: ମିର୍ଜାପୁର ଜିଲ୍ଲା ହାଲିଆ ଥାନା ଅନ୍ତର୍ଗତ ଫୁଲିୟାରୀ ଗାଁରେ ଏକ ଅଘଟଣ ଘଟିଯାଇଛି । ବୁଧବାର ସକାଳେ ଜଣେ ଯୁବକ ଅନ୍ଧବିଶ୍ୱାସକୁ ପାଇଁ ନିଜ ଦାଦାକୁ ଏକ ଲୁହା ରଡ୍ ରେ ପିଟି ହତ୍ୟା କିରଥିବା ଖବର ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ପୋଲିସ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଛି ।
ପୁରା ଘଟଣା ଅନୁସାରେ, ସେହି ଗାଁରେ ବାସ କରୁଥିବା ୨୧ ବର୍ଷୀୟ ରବିଶଙ୍କର ଅନେକ ଦିନ ଧରି ରୋଗରେ ପୀଡିତ ଥିଲା । ମେଡିସିନ ଖାଇବା ପରେ ସେ ଠିକ୍ ହୋଇ ପୁଣି ରୋଗରେ ପଡିଯାଉଥିଲା । ସେଥିପାଇଁ ସେ ଏକ ପୂଜାର ଆୟୋଜନ କରିଥିଲା । ପୂଜା କରୁଥିବା ବ୍ୟକ୍ତି ରବିଶଙ୍କରକୁ କହିଥିଲେ ଯେ, ତାଙ୍କ ଦାଦା ପନିକା ଅନ୍ଧବିଶ୍ୱାସ ପ୍ରଚାର କରୁଥିବାରୁ ତାଙ୍କ ଘରେ ଏଭଳି ଅସୁବିଧାର ପରିସ୍ଥିତି ଉପୁଜୁଛି । ଯେଉଁଥିରେ ସେ କ୍ରୋଧିତ ହୋଇଯାଇଥିଲା । ପରେ ସେ ବୁଧବାର ଦିନ ସକାଳେ ଦାଦା ପନିକାଙ୍କ ଉପରେ ଅନ୍ଧବିଶ୍ୱାସ ପ୍ରଚାର କରୁଥିବାର ଅପବାଦ ଲଗାଇଥିଲା । ଏହାକୁ ନେଇ ଦାଦା ପୁତୁରାଙ୍କ ମଧ୍ୟରେ ବିବାଦ ଲାଗିଗଲା । ଏହାରି ମଧ୍ୟରେ ପୁତୁରା ରବିଶଙ୍କର ଦାଦା ପନିକାଙ୍କ ମୁଣ୍ଡକୁ ଲୁହା ରଡରେ ପିଟି ଦେଇଥିଲା । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ପନିକାଙ୍କୁ ହସ୍ପିଟାଲ ନେବାବେଳେ ସେ ଆଖି ବୁଜି ଦେଇଥିଲେ । ଏହାକୁ ନେଇ ପନିକାଙ୍କ ପତ୍ନୀ କୁନ୍ତୀ ଭାଙ୍ଗିପଡିଛନ୍ତି । ତାଙ୍କ ଆଖିରୁ ଲୁହ ସରୁନି । ପନିକାଙ୍କର ୨ଟି ପୁତ୍ର ଥିବା ବେଳେ ୪ ଟି ଝିଅ ଅଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ କୁନ୍ତୀଙ୍କ ଅଭିଯୋଗ ଆଧାରରେ ରବିଶଙ୍କର ନାଁରେ ମାମଲା ରୁଜୁ କରି ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା କରୁଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking