28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦରଘା ନିକଟରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ନିମଚରେ ଲାଗିଲା ୧୪୪...

ଦରଘା ନିକଟରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ନିମଚରେ ଲାଗିଲା ୧୪୪ ଧାରା

ଭୋପାଳ: ମଧ୍ୟପ୍ରଦେଶର ନେମୁଚରେ ଏକ ଦର୍ଘା ନିକଟରେ ହନୁମାନଜିଉଙ୍କ ମୂର୍ତ୍ତି ସ୍ଥାପନକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ପୁରୁଣା କାଚାରି ଅଞ୍ଚଳରେ ଥିବା ଏକ ଦର୍ଘା ନିକଟରେ ଏହି ବିବାଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ  ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଗୋଷ୍ଠୀ ସଂଘର୍ଷ ବେଳେ ଦୁର୍ବୃତ୍ତମାନେ ପଥର ଫିଙ୍ଗାଫିଙ୍ଗି ହେବା ସହ ଏକ ବାଇକ୍‌କୁ ପୋଡ଼ି ଦେଇଥିବା ଜଣାପଡ଼ିଛି । ତେବେ ଉତ୍ତେଜନା ନିୟନ୍ତ୍ରଣ ପାଇଁ ପୋଲିସ୍ ଦୁର୍ବୃତ୍ତଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଥିଲା । ଏବଂ ସ୍ଥାନୀୟ ଅଞ୍ଚଳରେ ସବୁ ଦୋକାନ ବଜାର ବନ୍ଦ କରିଥିଲା । ପଥର ଫିଙ୍ଗା ଘଟଣାରେ ବହୁ ଲୋକେ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନାନୁସାରେ ପୁରୁଣା କାଚାରି ଅଞ୍ଚଳରେ ପ୍ରାୟ ପାଞ୍ଚ ହଜାର ବର୍ଗଫୁଟ ଜମିରେ ଏକ ଦର୍ଘା ରହିଛି । କୁହାଯାଏ ଏହି ଜମି ହେଉଛି ସରକାରଙ୍କର । କିଛି ଲୋକ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏହି ଜମି ନିକଟରେ ଥିବା ଜମିରେ ହନୁମାନଜିଉଙ୍କ ପ୍ରତିମା ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦରଘାରେ ଉପସ୍ଥିତ ଲୋକମାନେ ଏହାକୁ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ହେବା ସହ ପ୍ରାୟ ରାତି ୮ଟା ପର୍ଯ୍ୟନ୍ତ ବିବାଦ ଲାଗି ରହିଥିଲା । ଉଭୟ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ହାତାହାତି ହେବା ସୟ ଉଭୟେ ଉଭୟଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏହାସହ ଦୁର୍ବୃତ୍ତମାନେ ଏକ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ।
ପ୍ରତିମା ସ୍ଥାପନକୁ ନେଇ ବିବାଦ ପରେ ପୋଲିସ ଉଭୟ ପକ୍ଷଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ କିଛି ଲୋକ ଘଟଣାସ୍ଥଳରେ ପଥର ମାଡ଼ କରିଥିଲେ । ପରେ ଅଧିକ ପୋଲିସ୍ ଫୋର୍ସ ପହଞ୍ଚି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଲାଠି ଚାର୍ଜ କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଏହାସହ ଦୋକାନ ବଜାର ଗୁଡ଼ିକୁ ବନ୍ଦ କରିଥିଲା ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଥିଲା । ତେବେ ଉତ୍ତେଜନା ପରିସ୍ଥିତିକୁ ଆଖି ଆଗରେ ଅଞ୍ଚଳରେ ୫ ପୋଲିସ୍ ଷ୍ଟେସନର ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ପି କହିଛନ୍ତି। ଏହା ସହିତ ରିଜର୍ଭ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking