28.1 C
Bhubaneswar
Saturday, April 27, 2024
Homeଓଡିଶାସ୍କୁଲରେ ୭୫ ପିଲା ନ ଥିଲେ ପଡ଼ିବ ତାଲା

ସ୍କୁଲରେ ୭୫ ପିଲା ନ ଥିଲେ ପଡ଼ିବ ତାଲା

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଶିକ୍ଷାଦାନ ବ୍ୟବସ୍ଥାରେ ସ୍ୱତନ୍ତ୍ର ପରିବର୍ତ୍ତନ କରିବା ପାଇଁ ଯୋଜନା କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ସର୍ବାଧି ୫୦ଜଣ ଲେଖାଏଁ ଛାତ୍ରଛାତ୍ରୀ ରହିବେ । ସେହିପରି ଯେଉଁ ସବୁ ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୫ ତଳକୁ ରହିବ ସମ୍ପୃକ୍ତ ସ୍କୁଲକୁ ସେହି ଅଂଚଳର ୫କିମି ପରିସର ମଧ୍ୟରେ ମିଶ୍ରଣ କରାଯିବ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।
ଯେଉଁ ସବୁ ସ୍କୁଲରେ ପିଲାଙ୍କ ସଂଖ୍ୟା ଅଧିକ ରହିଛି ସେହି ସବୁ ସ୍କୁଲରେ ୫୦ ପିଲାଙ୍କ ଲାଗି ଗୋଟିଏ ଶ୍ରେଣୀ କରାଯିବ । ରାଜ୍ୟର ୧୭ଶହ ସ୍କୁଲରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରେ ସର୍ବାଧିକ ୭୫ରୁ ଅଧିକ ପିଲା ପଢ଼ିଥିବା ଦେଖିବାକୁ ମିଳିଛି । ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଏପରି ବ୍ୟବସ୍ଥା କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଏହି ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୩୬ହଜାର ୭୦ଟି ସରକାରୀ ପ୍ରାଥମିକ ସ୍କୁଲ ରହିଛି । ଏହି ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସଂଖ୍ୟା ୨୨ଲକ୍ଷ ୬୨ହଜାର ୭୪୯ଜଣ । ସେଥିରୁ ଛାତ୍ରଙ୍କ ସଂଖ୍ୟା ୧୧ଲକ୍ଷ ୬୪ହଜାର ୯୧୫ ଏବଂ ଛାତ୍ରୀଙ୍କ ସଂଖ୍ୟା ୧୦ଲକ୍ଷ ୯୭ହଜାର ୮୩୩ ରହିଛି । ସେହିପରି ରାଜ୍ୟରେ ପ୍ରାଥମିକ ସ୍କୁଲ ଲାଗି ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୩୦ହଜାର ୫୧୬ଜଣ । ତେବେ ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଥିବାରୁ ପ୍ରଥମ ପର୍ଯ୍ୟାୟରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଅନୁପାତକୁ ଗୁରୁତ୍ୱ ଦିଆଯାଉଛି । ତେବେ କିଛି ସ୍କୁଲରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଅଧିକ ପିଲା ଥିବା ବେଳେ କେତେକ ସ୍କୁଲରେ ପିଲାଙ୍କ ସଂଖ୍ୟା ଶ୍ରେଣୀ ପ୍ରତି ୩୫ରୁ କମ୍ ମଧ୍ୟ ରହିଛି । ସେହିପରି ଶିକ୍ଷକଙ୍କ ସଂଖ୍ୟା ମଧ୍ୟ କିଛି ସ୍କୁଲରେ ଆବଶ୍ୟକ ସଂଖ୍ୟାଠାରୁ ଅଧିକ ଥିବା ବେଳେ କେତେକ ସ୍କୁଲରେ କମ୍ ମଧ୍ୟ ରହିଛି । ତେଣୁ ଏପରି ସମସ୍ୟାର ସମାଧାନ ଲାଗି ପ୍ରଥମ ପର୍ଯ୍ୟାୟରେ କେବଳ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ଯୋଜନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking