29.1 C
Bhubaneswar
Tuesday, July 15, 2025
Homeଓଡିଶାଆସନ୍ତା ୩୧ ଯାଏଁ ଧଉଳି ବନ୍ଦ

ଆସନ୍ତା ୩୧ ଯାଏଁ ଧଉଳି ବନ୍ଦ

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବାବେଳେ ଏଥିରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହ ବର୍ତମାନ ମଧ୍ୟ ଅନେକ ଲୋକ ଆକ୍ରାନ୍ତ ରହିଛନ୍ତି । ତେଣୁ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଓ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ବିଭିନ୍ନ
ଆବଶ୍ୟକ ପନ୍ଥା ଗ୍ରହଣ କରାଯାଇଛି । କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ମଧ୍ୟ ବନ୍ଦ କରାଯାଇଛି । ଧଉଳୀ ପର୍ଯ୍ୟଟନ ସ୍ଥଳୀକୁ ମଧ୍ୟ ବନ୍ଦ କରାଯାଇଛି । ଏ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପର୍ଯ୍ୟଟନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।
ଆଜି ଠାରୁ ଆସନ୍ତା ୩୧ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନୀକାଲ ଗାର୍ଡ଼େନ ବନ୍ଦ ରହିବ ବୋଲି ଶନିବାର ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଘୋଷଣା କରିଥିଲେ। ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ସତର୍କତା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସିନେମା ହଲ୍‍ , ସୁଇମିଂ ପୁଲ୍‍ ଓ ଜିମକୁ ବନ୍ଦ କରିବା ପାଇଁ ମଧ୍ୟ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking