30.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ଭାଇରସ୍ : କରୋନା ଚିହ୍ନଟ ପାଇଁ ସରପଞ୍ଚ ଓ ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ...

କରୋନା ଭାଇରସ୍ : କରୋନା ଚିହ୍ନଟ ପାଇଁ ସରପଞ୍ଚ ଓ ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ସାରା ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ପର୍ଯ୍ୟନ୍ତ ୧୩୧ଟି ଦେଶରେ ଏହା ବ୍ୟାପୀଲାଣି । ୫୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ଭାରତରେ ମଧ୍ୟ ୨ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ବୋଲି କହିିଛନ୍ତି । ତେବେ ଗାଁ ଓ ସହରରେ କରୋନା ରୋଗୀଙ୍କୁ ସନ୍ଦିଗ୍ଧ ଚିହ୍ନଟ କରିବା ନିମନ୍ତେ ସରପଞ୍ଚ, ୱାର୍ଡ ମେମ୍ବର, କର୍ପୋରେଟ, କାଉନସିଲର, ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ, ମହାମାରୀ ଆଇନ-୧୮୯୭ର ପ୍ରାବଧାନ ଅନୁସାରେ ଗତକାଲି ଓଡ଼ିଶା ସରକାର ଜାରି କରିଥିବା ରେଗୁଲେସନ୍ସରେ ଆଜି ସଂଶୋଧନ କରିଛନ୍ତି । ପଞ୍ଚାୟତସ୍ତରରେ ସରପଞ୍ଚ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ୱାର୍ଡମେମ୍ବର ଏବଂ ସହରାଞ୍ଚଳରେ କର୍ପୋରେଟର, କାଉନସିଲର ଓ ଆବାସିକ କଲ୍ୟାଣ ସୋସାଇଟିର ପଦାଧିକାରୀମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ସେମାନେ ବିଦେଶରୁ ନିଜ ଅଞ୍ଚଳକୁ ଗତ ୧୪ଦିନ ମଧ୍ୟରେ ଆସିଥିବା ଯେକୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଥାନୀୟ ବିଡିଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେବେ। ସେମାନେ ଏହି ସୂଚନାକୁ ତୁରନ୍ତ ଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ଆଣିବେ । ସନ୍ଦିଗ୍ଧ ବ୍ୟକ୍ତିଙ୍କର ନାଁ, ବୟସ, ଟେଲିଫୋନ୍ ନମ୍ବର, ଠିକଣା ଆଦି ସୂଚନା ସଂଗ୍ରହ କରିବେ ବୋଲି ନିୟମାବଳୀରେ ଉଲ୍ଲେଖ ରହିଛି ।
କେନ୍ଦ୍ର ସରକାର ମଧ୍ୟ ଆଜି ‘କରୋନା’କୁ ବିପର୍ଯ୍ୟୟ ତାଲିକାଭୁକ୍ତ କରିବା ସହ ମାସ୍କ ଓ ସାନିଟାଇଜେସନକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପରିସରଭୁକ୍ତ କରିଛନ୍ତି । ତେଣୁ ଯେଉଁମାନେ ମାସ୍କ ଓ ସାନିଟାଇଜେସନକୁ କଳାବଜାରୀ କରିବେ ଅବା ବେଆଇନ ମହଜୁଦ କରିବେ ସେମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବଳରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking