33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜୁଲାଇ ୧ରୁ ଏହି ରାଜ୍ୟରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ଜୁଲାଇ ୧ରୁ ଏହି ରାଜ୍ୟରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ହାଇଦ୍ରାବାଦ : କରୋନା ମହାମାରୀର ଦ୍ଵିତୀୟ ଲହର ସଂକ୍ରମଣ ହ୍ରାସ ପାଇଥିବା ବେଳେ ତେଲଙ୍ଗାନା ସରକାର ରାଜ୍ୟରୁ ସଂପୂର୍ଣ୍ଣ ଅନଲକ୍ କରିଦେଇଛନ୍ତି । ସବୁ କ୍ଷେତ୍ରକୁ ବିନା କଟକଣାରେ ଖୋଲିବା ସହିତ ଲୋକମାନେ ଏବେ ବିନା କୌଣସି ଭୟରେ ଯାତାୟାତ କରିବା ଆରମ୍ଭ କରିଛନ୍ତି । ତେବେ ଏହା ମଧ୍ୟରେ ସ୍କୁଲ-କଲେଜ୍ ବି ଖୋଲିବାକୁ ଅନୁମତି ଦିଆଯାଇଛି । ଏନେଇ କ୍ୟାବିନେଟ୍ ରେସମସ୍ତ ବିଭାଗର ଅଧିକାରୀଙ୍କୁ ଲକଡାଉନ୍ ସମୟରେ ଲଗାଯାଇଥିବା ସମସ୍ତ କଟକଣା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଆଧାରରେ ଏବେ ଜୁଲାଇ ୧ରୁ ସ୍କୁଲରେ ପିଲାଙ୍କ ପାଠପଢା ଆରମ୍ଭ ହେବ । କ୍ୟାବିନେଟ୍ ରେ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଜୁଲାଇ ୧ରୁ ସଂପୂର୍ଣ୍ଣ ପ୍ରସ୍ତୁତି ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବେ । ଶିକ୍ଷାନୁଷ୍ଠାନ ପୁଣି ଥରେ ଖୋଲିବା ସହ ଛାତ୍ର-ଛାତ୍ରୀଙ୍କ ଉପସ୍ଥିତି, ଅନଲାଇନ୍ ପାଠପଢା ଏବଂ ଅନ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ ନିୟମାବଳୀ ଶୀଘ୍ର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦେଇ କୁହାଯାଇଛି ଯେ, ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟ ଆଧାରରେ ରାଜ୍ୟରୁ ଲକଡାଉନ୍ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପଜିଟିଭିଟି ହାର ହ୍ରାସ ଘଟିଛି । ଏହି କାରଣରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking