32.1 C
Bhubaneswar
Friday, April 26, 2024
Homeଓଡିଶାଅନୁସୂଚୀତ ଜାତି ମହିଳାଙ୍କ ଘର ଭାଙ୍ଗିବା ମାମଲା; ଗଣିଆ ଥାନା ଆଇଆଇସିଙ୍କୁ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ...

ଅନୁସୂଚୀତ ଜାତି ମହିଳାଙ୍କ ଘର ଭାଙ୍ଗିବା ମାମଲା; ଗଣିଆ ଥାନା ଆଇଆଇସିଙ୍କୁ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସରକାରୀ ଜାଗା ଜବରଦଖଲ କରି ଘର କରିଥିବା ଜଣେ ଅନୁସୂଚୀତ ଜାତି ମହିଳାଙ୍କ ଘର ସ୍ଥାନୀୟ ତହସିଲଦାର ଭାଙ୍ଗିବା ମାମଲାରେ ନୟାଗଡ଼ ଜିଲା ଗଣିଆ ଥାନା ଆଇଆଇସିଙ୍କୁ ଆଇନ ଅନୁଯାୟୀ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଏସ୍‌. କେ. ପାଣିଗ୍ରାହୀ ମାମଲାର ଶୁଣାଣି କରି ଆବେଦନକାରିଣୀ ସ୍ଥାନୀୟ ପତଣ୍ଡା ଗ୍ରାମର ବିଳାସିନୀ ନାୟକଙ୍କୁ ୭ ଦିନ ମଧ୍ୟରେ ଗଣିଆ ଥାନା ଆଇଆଇସିଙ୍କୁ ଏକ ସଦ୍ୟ ଆବେଦନପତ୍ର ସହ ହାଇକୋର୍ଟଙ୍କ ଅର୍ଡର କପି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରିଣୀ ଜଣେ ଅନୁସୂଚୀତ ବର୍ଗ ମହିଳା ହୋଇଥିବା ସେ ଥବଲେ ଭୂମି ହୀନ । ସେ ସରକାରୀ ଜାଗାରେ ୨୫ ବର୍ଷ ହେବ ଚାଳଘର କରି ରହୁଥିଲେ । ତାଙ୍କ ନାମରେ ଏନ୍‌କ୍ରୋଚମେଣ୍ଟ କେସ୍ କରାଯାଇ ଜୋରିମାନା ଆଦାୟ ହୋଇଛି । ହେଲେ ତହସିଲଦାର ବିନା ନୋଟିସ୍‌ରେ ଗତ ଏପ୍ରିଲ ୧୭ ତାରିଖରେ ଘରଟିକୁ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି । ଯଦ୍ୱାରା ବିଳାସିନୀଙ୍କ ପରିବାର ଏକ ଆମ୍ବଗଛ ମୂଳେ ପାଲଟାଣି ଆଶ୍ରୟ ନେଇଛନ୍ତି ।

ତହସିଲଦାର ପୁଣି ସେଠାରେ ପହଞ୍ôଚ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏ ନେଇ ସେ ଆଇଆଇସି ଏବଂ ଏସ୍‌ପିଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା । ଫଳରେ ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking