27.1 C
Bhubaneswar
Tuesday, May 7, 2024
Homeଓଡିଶାଓଟିପି ସ୍କାମ୍ ମାମଲା; ଅଭିଯୁକ୍ତଙ୍କୁ ୫ ରିମାଣ୍ଡ ଆବେଦନ କରିବ ଏସ୍‌ଟିଏଫ୍‌

ଓଟିପି ସ୍କାମ୍ ମାମଲା; ଅଭିଯୁକ୍ତଙ୍କୁ ୫ ରିମାଣ୍ଡ ଆବେଦନ କରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସଭିର୍ସେସ୍ ଏଜେନ୍ସି (ଆଇଏସ୍‌ଆଇ)ର ଏଜେଣ୍ଟମାନଙ୍କୁ ଓଟିିପି ଶେୟାରିଂ ମାମଲାରେ ଏସ୍‌ଟିଏଫ୍ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରୁଛି । ତେବେ ୩ ଅଭିୁକ୍ତ ପଠାଣୀସାମନ୍ତ ଲେଙ୍କା, ସରୋଜ କୁମାର ନାୟକ, ସୌମ୍ୟ ପଟ୍ଟନାୟକ ଗୁଗୁଲ ପେ, ଫୋନ ପେ ଆଦିରୁ ୟୁପିଆଇ ଜରିଆରେ ଆଇଏସ୍‌ଆଇ େଏଜଣ୍ଟଙ୍କଠୁ ବିଭିନ୍ନ ଯର୍‌ୟାୟେର ଟଙ୍କା ଆଣୁଥେôଲ ।

ଗତ ୨ ବଷର୍ରୁ ଉର୍ଦ୍ଧ୍ୱ ହେଲା ଅଭିଯୁକ୍ତମାନ ଏହି କାରବାର ଚଳାଇଥେôଲ । ଏସବୁ ଟଙ୍କା କିଏ ଓ କାହା ଦ୍ୱାରା ଆସୁଥିଲା ତାହା ଜାଣିବା ପାଇଁ ଏସ୍‌ଟିଏଫ୍ ଅଧିକ ଛାନଭିନ୍ ଚଲାଇଛି । ତେଣୁ ଅଭିଯୁୁକ୍ତମାନ ଏହି କାରବାର ଚଳାଇଥିଲେ । ଏସବୁ ଟଙ୍କା କିଏ ଓ କାହା ଦ୍ୱାରା ଆସୁଥିଲା ତାହା ଜାଣିବା ପାଇଁ ଏସ୍‌ଟିଏଫ୍ ଅଧିକ ଛାନଭିନ୍ ଚଲାଇଛି । ତେଣୁ ୟୁପିଆଇ ଟଙ୍କା ନେଣ ଦେଣ ତଥ୍ୟ ହାତେଇବାକୁ ଏସ୍‌ଟିଏଫ୍ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖିଛି । ଏନ୍‌ିସିଆଇ ଠାରୁ ତଥ୍ୟ ଆସିଲା ପରେ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ଏସ୍‌ଟିଏଫ୍ ଚିଠି ଲେଖି କାରବାର ସମ୍ପର୍କ ତଥ୍ୟ ମାଗିବ ।

ଅନ୍ୟପକ୍ଷରେ ଝାରପଡ଼ା ଜେଲରେ ଥିବା ପଠାଣୀସାମନ୍ତ, ସେରାଜ, ସୌମ୍ୟଙ୍କୁ ୫ଦିନିଆ ରିମାଣ୍ଡେର ଆଣିବାକୁ ଏସ୍‌ଟିଏଫ୍ ଯୋଜନା କରିଛି । ଆଗାମୀ ଦିନ କିମ୍ବା ୨ ଦିନ ମଧ୍ୟରେ ଏସ୍‌ଟିଏଫ୍ ପକ୍ଷରୁ କୋର୍ଟରେ ଏନେଇ ଆବେଦନ କରାଯିବ ବୋଲି କୁହାଯାଇଛି । ସେପଟେ ପଶ୍ଚିମବଙ୍ଗ ସିଲିଗୁରିରୁ ଗିରଫ ହୋଇ ଜେଲରେ ଥିବା ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାରଙ୍କ ସହ ପଠାଣୀସାମନ୍ତଙ୍କ ଲିଙ୍କ ଥିବା ଏସ୍‌ଟିଏଫ୍ ସନ୍ଦେହ କରୁଛି ।

ପଶ୍ଚିମବଙ୍ଗ ଏସ୍‌ଟିଏଫ୍ ଗତ ବର୍ଷ ଡିସେମ୍ବରରେ ଗୁଡୁଙ୍କୁ ଗିରଫ କରିଥିଲା । ତେଣୁ ପଶ୍ଚିମବଙ୍ଗ ପୁଲିସ ସହ ଏସ୍‌ଟିଏଫ୍ ଯୋଗାଯୋଗର ଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତମାନେ ରିମାଣ୍ଡରେ ଆସିବା ପରେ ସେମାନଙ୍କ ଠାରୁ ମାମଲା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଏସ୍‌ଟିଏଫ୍ ଆଶା ରଖିଛି । ଅଭିଯୁକ୍ତମାନେ ଜେଲରୁ ଆସିବା ପରେ ମୁହାଁମୁହିଁ ଜେରା ହେବେ ବୋଲି କୁହାଯାଇଛି । କିଭଳି ଓ କେମିତି ଏହି କାରବାର କରୁଥିଲେ ସେନେଇ ଖୁଲାସା କରିବେ । ଏଥିସହ ସେମାନଙ୍କ ସହ ଆଉ କିଛି ସଦସ୍ୟଙ୍କୁ ଏସ୍‌ଟିଏଫ୍ ଧରିବାକୁ ମଧ୍ୟ ଯୋଜନା ରଖିଥିବା ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking