27.1 C
Bhubaneswar
Thursday, April 25, 2024
Homeଓଡିଶାହାଇକୋର୍ଟରେ ପୁରୀ ଜିଲ୍ଲାପାଳଙ୍କ ସତ୍ୟପାଠ; ଚିଲିକା ଘେରି ଉଚ୍ଛେଦରେ ଖର୍ଚ୍ଚହେବ ୩୦ କୋଟି

ହାଇକୋର୍ଟରେ ପୁରୀ ଜିଲ୍ଲାପାଳଙ୍କ ସତ୍ୟପାଠ; ଚିଲିକା ଘେରି ଉଚ୍ଛେଦରେ ଖର୍ଚ୍ଚହେବ ୩୦ କୋଟି

କଟକ: ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କରିବାକୁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା କେବଳ ଗ୍ରୀଷ୍ମ ଋତୁରେ କରାଯାଇପାରିବ ବୋଲି ପୁରୀ ଜିଲ୍ଲାପାଳ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି । ସେ ଏହି ଅଞ୍ଚଳରେ ଡ୍ରୋନ ଜରିଆରେ ବେଆଇନ ଘେରି ଉପରେ ନଜର ରଖିବାକୁ ଦୈନିକ ପ୍ରାୟ ୪୮ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶାଇଛନ୍ତି । ଚିଲିକା ଏବଂ ଭିତରକନିକା ଆଦ୍ର ଭୂମି ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣିରେ ସତ୍ୟପାଠ ଦାଖଲ କରି ପୁରୀ ଜିଲ୍ଲାପାଳ ଏହି ତଥ୍ୟ ଦେଇଛନ୍ତି ।

ଅନ୍ୟପଟେ ଚିଲିକାରେ ମାଛ ଚାଷ ପାଇଁ କେଉଁ ଆଧାରରେ ଜମି ଆବଣ୍ଟନ କରାଯିବ ସେନେଇ ଖସଡ଼ା ପ୍ରସ୍ତୁତ କରିବାକୁ ରାଜସ୍ୱ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମସ୍ୟଜୀବୀ, ସ୍ଥାନୀୟ ମାଛ ଚାଷୀ ଏବଂ ଅନ୍ୟମାନଙ୍କ ସହ ଆଲୋଚନା ପର୍ଯ୍ୟାୟକ୍ରମେ ଜାରି ରହିଛି ବୋଲି ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି । ଏନେଇ ଅମିକସକ୍ୟୁରୀ ମୋହିତ ଅଗ୍ରୱାଲ କହିଛନ୍ତି, ଚିଲିକାକୁ ନେଇ ସର୍ବଦା ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ଭିତରେ ଲାଗି ରହିଥିବା ତିକ୍ତତାକୁ ସମାଧାନ ନିମନ୍ତେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଦେଖି ସରକାର ସତ୍ୟପାଠ ଦାଖଲ କରିଛନ୍ତି । ଯେଉଁଥିରେ ଲୋକଙ୍କ ସହ ଅଲୋଚନା ଚାଲିଥିବା କୁହାଯାଇଛି ।

ଆସନ୍ତା ଅଗଷ୍ଟ ମାସ ୩ ତାରିଖରେ ଭିତରେ ସେମାନେ ଏକ ବୁଝାମଣାଭିତ୍ତିକ ବୈଠକ କରି କିପରି ଚିଲିକାକୁ ଲିଜ୍ ଦିଆଯିବ ସେନେଇ ଜଣାଇବେ । ସେହିପରି ଭୁବନେଶ୍ୱର ଗଙ୍ଗୁଆ ନାଳର ପ୍ରଦୂଷିତ ପାଣି ଦୟା ନଦୀ ହୋଇ ଚିଲିକାରେ ମିଶୁଥିବାରୁ ଏହାର ବାଟ ବନ୍ଦ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିପରି ଗଙ୍ଗୁଆ ନାଳ ପାଣି ବିଶୋଧିତ ହେବା ପରେ ଦାୟାକୁ ଛଡ଼ା ଯିବ ସେଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭୁବନେଶ୍ୱର ମହାନଗର ନିଗମ ଓ ହାଇସିଂ-ଆପର୍ଟମେଣ୍ଟ ସୋସାଇଟି ସହ ମିଶିକି ଏକ ପ୍ଲାନ କରିବାକୁ କୁହାଯାଇଥିଲା । ଏଦିଗରେ କ’ଣ ପଦକ୍ଷେପ ନିଆଯାଇଛି ସେବାବଦରେ ଜଣାଇବାକୁ କୋର୍ଟ ସରକାରଙ୍କୁ ଜବାବ ମାଗିଛନ୍ତି । ସେହିପରି ଘେରି ଉଚ୍ଛେଦ ଓ ଡ୍ରୋନ୍ ସର୍ଭିଲାନ୍ସ ନିମନ୍ତେ ସରକାର କି ପଦକ୍ଷେପ ନେଲେ ତାହା ଆସନ୍ତା ଶୁଣାଣିରେ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking