28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଶ୍ରୀନଗରରେ ଖୋଲିଲା ଭାସମାନ ଏଟିଏମ

ଶ୍ରୀନଗରରେ ଖୋଲିଲା ଭାସମାନ ଏଟିଏମ

ଶ୍ରୀନଗର: ଶ୍ରୀନଗରବାସୀଙ୍କୁ ଏସବିଆଇ ଏକ ଜବରଦସ୍ତ ଉପହାର ଦେଇଛି। ଅଗଷ୍ଟ 16 ରେ, ଶ୍ରୀନଗରର ପ୍ରସିଦ୍ଧ ଡଲ ହ୍ରଦରେ ଏସବିଆଇ ହାଉସବୋଟରେ ଏକ ଏଟିଏମ୍ ଖୋଲିଛି। ଏହାକୁ ଏସବିଆଇ ଅଧ୍ୟକ୍ଷ ଦୀନେଶ ଖେର ଉଦ୍ଘାଟନ କରିଥିଲେ । ଏହି ଭାସମାନ ଏଟିଏମ୍  ବର୍ତ୍ତମାନ ସେମାନଙ୍କ  ଆବଶ୍ୟକତା ପୂରଣ କରିବା ସହିତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହାପୂର୍ବରୁ, ଏସବିଆଇ 2004 ମସିହାରେ କେରଳରେ ମଧ୍ୟ ଭାସମାନ ଏଟିଏମ୍  ଆରମ୍ଭ କରିଥିଲା।ଏହି ଭାସମାନ ଏଟିଏମ୍ କେରଳ ସିପିଂ ଏବଂ ଇନଲ୍ୟାଣ୍ଡ ନାଭିଗେସନ୍ କର୍ପୋରେସନ୍ (KSINC) ର ‘ଝଙ୍କାର ୟାଟ୍’ରେ ଖୋଲା ଯାଇଥିଲା । ଗ୍ରାହକଙ୍କ ସୁବିଧା  ପାଇଁ ଏସବିଆଇ କାର୍ଯ୍ୟ ଜାରି ରଖିଛି । ଏସବିଆଇର ସର୍ବାଧିକ 22,224 ବ୍ୟାଙ୍କ ଶାଖା ସହ  3,906 ଏଟିଏମ୍ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking