32.1 C
Bhubaneswar
Friday, April 26, 2024
Homeଅପରାଧଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ହରିଚନ୍ଦନପୁର:  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧଳପୁର ଗ୍ରାମ ନିକଟସ୍ଥ ରାସ୍ତାକଡ଼ ମହୁଲ ଗଛରୁ ହାତବନ୍ଧା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ସକାଳ ସମୟରେ ସେହି ରାସ୍ତା ଦେଇ ହରିଚନ୍ଦନପୁର ସାପ୍ତାହିକ ହାଟକୁ ଆସୁଥିବା ବଳଦ ବେପାରୀ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଘଟଣା ଦେଖିବା ପରେ ମୃତଦେହଟି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ପୁଅ ପବିତ୍ର ମହାନ୍ତ(୨୨) ବୋଲି ଚିହ୍ନିବା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣା ସମ୍ପର୍କରେ ଶୁଣି ଘଟଣାସ୍ଥଳରେ ପହଞ୍ଚି ପବିତ୍ରକୁ ଚିହ୍ନିବା ପରେ ହରିଚନ୍ଦନପୁର ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର ପରେ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି । ଉକ୍ତ ଗଛ ନିକଟରୁ ମଦ ବୋତଲ, ସିଗାରେଟ୍ ପ୍ୟାକେଟ୍, ସଫଲ ଗୁଟଖା ଏବଂ ଏକ ପାଣି ବୋତଲ ସହ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ହାତ ଲେଖା କାଗଜ ମିଳିଥିବା ଜଣାପଡିଛି । ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking