26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଗୁଣୁପୁରରେ ସନ୍ତୋଷ ସିଂ ସାଲୁଜା

ଗୁଣୁପୁରରେ ସନ୍ତୋଷ ସିଂ ସାଲୁଜା

ଗୁଣୁପୁର: ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଶିଶୁ ନିର୍ଯ୍ୟାତନା, ଅପହରଣ ବଢ଼ି ବଢ଼ି ଚାଲିଛି । ଏହାକୁ ସରକାର ରୋକ ଲଗାଇବା ପରିବର୍ତ୍ତେ ନିଜେ ସଂପୃକ୍ତ ରହି ଅରାଜକତା ର ରାଜ ଚଲେଇଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା । ସେହିପରି ପ୍ରାକୃତିକ ସମ୍ପଦ ରେ ଭରପୁର ରାୟଗଡା ଜିଲ୍ଲା ର ଜଣେ ବିଜେଡି ମନ୍ତ୍ରୀ ଓ ନେତା ଙ୍କ ନାମରେ ରତ୍ନ ପଥର କାରବାର ରେ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ଓ ଜଗନ୍ନାଥ ସାରକାଙ୍କୁ ଦଳ ରୁ ବହିଷ୍କାର କରନ୍ତୁ ନତୁବା ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଆଜି ଗୁଣୁପୁର ଗସ୍ତ ରେ ଆସିଥିବା କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବୀ କରିଛନ୍ତି । ଆଗମୀ ପୌର ନିର୍ବାଚନ କୁ ଦୃଷ୍ଟି ରେ ରଖି ଦଳ ଓ ସଂଗଠନ କୁ ମଜଭୁତ କରାଯିବା ସହ ଏଠାରେ କଂଗ୍ରେସ କିପରି ତାର ପୂର୍ବ ଗୌରବ ଫେରି ପାଇବା ସହ ବିଭିନ୍ନ ଆସନ ଦଖଲ କରିବ ସେ ନେଇ ଦଳୀୟ କର୍ମୀ ଓ ନେତୃବର୍ଗ ଙ୍କ ସହ ଆଲୋଚନା କରିଥିଲେ । ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର, ଗୁଣୁପୁର, ରମାନଗୁଡା, ପ୍ରଭୃତି ବ୍ଲକ ରୁ ଆସିଥିବା ଦଳୀୟ କର୍ମୀମାନେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସାଲୁଜା ଙ୍କ ପ୍ରଥମ ଗୁଣୁପୁର ଗସ୍ତ ହୋଇ ଥିବା ବେଳେ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଆଗମୀ ଦିନରେ ବାରମ୍ବାର ଏଠାକୁ ଆସି ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତି ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking