ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ, ଦୁଇ ଜଣ ଗୁରୁତର

କୋରପୁଟ : କୋରପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାରିଆ ଭୋଟା ଗ୍ରାମ ରାସ୍ତା ଦୁଇଟି ବାଇକ୍ ମୁହାଁ ମୁହିଁ ଜରରେ ଧକା ହୋଇ ଦୁର୍ଘଟଣା ଘଟିଥିଲା ଘଟଣା ସ୍ଥଳରେ ଜଣ କର ମୃତ୍ୟୁ ହୋଇଯାଇଛି। ଅନ୍ୟ ଦୁଇ ଜିଲା ସ୍ୱାସ୍ଥ୍ୟ ଦୁଇଜଣ ଅଧିକ ଗୁରୁତର ଆହତ ଅବସ୍ଥା ରେ ତାଙ୍କୁ ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ଚିକିତ୍ସାଳୟ ଠାରେ ଭର୍ତି କରାଯାଇଥିଲା ।  କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭର୍ତ୍ତି କରାଯାଇଛି। ରାସ୍ତାର ବିପରୀତ ଦିଗରୁ ଆସୁଥିବା ବାଇକ୍ ନଂ ଅଡି ୧୮ଡି ୪୪୫୦ ଓ ଅଡି ୧୮ଇ ୬୭୮୩ଦୁଇଟି ପରସ୍ପର ସହିତ ଧକା ଦେଇଥିଲେ । ଘଟଣା ସ୍ଥଳରେ ହିଁ ବି ତୁରୁଗୁଡି ଗ୍ରାମର ଡ଼ମ୍ବୁ ବିଡିକା ପିତା ଜୁମ୍ବୀ ( ପୁ )୨୪ ନିଜ ବାଇକ୍ ଉପରେ ହିଁ ମୃତ୍ୟୁ ବରଣ କରିଥିଲେ। ବିପରୀତ ଦିଗରୁ ଆସୁଥିବା ବାଇକ୍ ଚାଳକ ନବୀନ ବିଡିକା ( ପୁ ) ୧୯ ବହୁତ ମାଡ ବାଜି ଗୁରୁତର ଅବସ୍ଥାରେ ରାୟଗଡାର କୋରାପୁଟ ଜିଲ୍ଲା ମେଡ଼ିକାଲ କଲେଜରେ ଭର୍ତି କରାଯାଇଛି । ଓ ଅନ୍ୟ ଜଣେ ଅମୀର ବିଡ଼ିକା ( ପୁ) ୧୮ ଙ୍କୁ ମଧ୍ୟ ରାୟଗଡ଼ା ମେଡ଼ିକାଲ ଠାରେ ରହି ଚିକିତ୍ସା ଚାଲିଥିବା ନିଜ ଘର ଲୁଙ୍ଗୂ ଥିବା ଜଣାଯାଇଛି । ବନ୍ଧୁଗାଁ ପୋଲିସ ଥାନା ଏ ଏସ ଆଇ ଶ୍ରୀ ମୁନିଆ ବିଡିକା ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବାଇକ୍ କୁ ଉଦ୍ଧାର କରିବା ସହିତ ମୃତ ଶବକୁ ଆଜି ଡକ୍ଟର ଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ବନ୍ଧୁଗାଁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରୁଛନ୍ତି।

LEAVE A REPLY

Please enter your comment!
Please enter your name here