30.1 C
Bhubaneswar
Monday, May 20, 2024
HomeUncategorizedକୋଭିଡ ସଂଲଗ୍ନ ଭୁତାଣୁର ଭୟାଭହତାକୁ ନେଇ ଦାକ୍ତରୀ ଦଳର ସତର୍କବାଣୀ :  

କୋଭିଡ ସଂଲଗ୍ନ ଭୁତାଣୁର ଭୟାଭହତାକୁ ନେଇ ଦାକ୍ତରୀ ଦଳର ସତର୍କବାଣୀ :  

ନୂଆଦିଲ୍ଲୀ : ଜାଇକୋମାଇକୋସିସ ଯାହାକୁ ମୁକ୍ରୋମାଇକୋସିସ ମଧ୍ୟ କୁହାଯାଏ । ଏହା ଏକ ସିରିୟସ ଫଙ୍ଗଲ ଇନଫେକସନ ମଧ୍ୟ କୁହାଯାଏ । ଏହାର ସଠିକ ନିଦାନ ନଥିବାରୁ ଏହା ମରଣାନ୍ତକ ବୋଲି କୁହାଯାଏ । ଏହି ରୋଗ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ  ଦେଖାଦେଇଥିବା ଦାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଦାକ୍ତରଙ୍କ କହିବା ଅନୂସାରେ ୧୨ ଦିନରେ ୧୫ ମୁକ୍ରୋମାଇକୋସିସ କେସ ସାମାନାକୁ ଆସିଛି । ଏହି ଫଙ୍ଗସ ଇନଫେକସନ କୋରନା ସଂକ୍ରମଣ ଜନିତ ରୋଗୀ ମାନଙ୍କଠାରେ ଦେଖାଯାଉଛି । ଯାହା ରୋଗୀ ମାନଙ୍କ ଦୃଷ୍ଟି ଶକ୍ତି ହରାଇବା , ନାକ , ମୁହଁ ହାଡ଼ ,ମାଂସପେଶୀକୁ  କ୍ଷତି ପହଞ୍ଚାଇଥାଏ ଓ ୧୫ ଦିନ ମଧ୍ୟରେ ଯଦି ଏହା ମସ୍ତିଷ୍କକୁ ସଂକ୍ରମଣ କରେ ତେବେ ମୃତ୍ୟୁର ମଧ୍ୟ ସମ୍ଭାବନା ରହିଛି ।

ଏହି କଳା ମୁକ୍ରୋମାଇକୋସିସକୁ ପୂର୍ବରୁ ଜାଇାକୋମାଇକୋସିସ କୁହାଯାଉଥିଲ । ଏହି ମୁକ୍ରୋମାଇକୋସିସ ସେହି ମାନଙ୍କ ବେଶୀ ଆକ୍ରାନ୍ତ କରେ ଯେଉଁ ମାନଙ୍କ ଶରୀର ର ପ୍ରତିରୋଧ ଶକ୍ତି କମିଯାଇଥାଏ ଓ ଭୁତାଣୁ ମାନଙ୍କ ସହ ଲଢିବା ପାଇଁ ଶରୀର ଦୁର୍ବଳ ହୋଇଯାଇଥାଏ କିମ୍ବା ସେମାନେ ଯଦି ପୁର୍ବରୁ କୌଣସି ରୋଗରେ ପିଡ଼ୀତ ଥାଆନ୍ତି ।

ସିିନିଅର ଇଏନଟି ଆସ୍ତ୍ରୋପଚାରୀ ଦ଼ାକ୍ତର ମନିଷ ମୁଞ୍ଜଲଙ୍କ କହିବା ଅନୂସାରେ ଯେଉଁ କୋଭିଡ଼ ସଂକ୍ରମଣଙ୍କ ଶରୀରରେ ଏହି ଇନଫେକସନ ବୃଦ୍ଧି ପାଉଛି । ଯାହା ଫଳରେ ଶ୍ୱାସରେ ଅସୁବିଧା , ଆଖି,ଗାଲ ଫୁଲିବା, ନାକରୁ କଳା ଚମଡ଼ା ଭଳି ଛାଡ଼ିବା ସମସ୍ୟା  ଦେଖାଯାଉଛି  ସେମାନଙ୍କୁ ତୁରନ୍ତ ବାଇଓପ୍ସି ଟେଷ୍ଟ ପାଇଁ ପଠାଯାଇ ଯଥାଶୀଘ୍ର ଆଣ୍ଟି ଫଙ୍ଗଲ ଚିକିତ୍ସା ଆରମ୍ଭ କରାଯାଉଛି ।  ମୁହଁ ବଧିରା ହେବା ,ଗୋଟେ ପଟ ନାକ ଋଦ୍ଧ ହେବା ଆଖି ଫୁଲିବା ଭଳି ଲକ୍ଷଣ ଦେଖାଦେଲେ ଏନଇଟି ସର୍ଜନ ମାନେ ସାଙ୍ଗେସାଙ୍ଗେ ସାମ୍ପେଲ ନେଇ ଚିକିତ୍ସା ଆରମ୍ଭ କରିଦେଉଛନ୍ତି ।

ସେହିପରି ଜଣେ ୩୨ ବର୍ଷ ବୟସ୍କ ଯିଏ କୋଭିଡ଼ରୁ ସୁସ୍ଥ ହୋଇଥିଲେ । ତାଙ୍କର ବାମ ପଟ ନାକ ବନ୍ଦ ହେବା ସହ ଆଖି ମୁହଁ ଅଚାନକ ଅଧିକ ଫୁଲିଥିଲା । ଯାହାଫଳରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲ । ୨ ଦିନ ମଧ୍ୟରେ ତାଙ୍କର ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲ । ଯାହାକି ମୁକ୍ରୋମାଇକୋସିସର ଲକ୍ଷଣ । ଏମଆରଆଇରୁ ଜଣା ପଡ଼ିଲାଯେ ତାଙ୍କ ଶରୀରର ସମସ୍ତ ବିଶେଷ ଅଙ୍ଗ ଯଥା ମାଂସପେଶୀ, ନାକ ,ଆଖି , ମାଢୀ ହାଡ଼ ନଷ୍ଟ ହୋଇସାରିଛି  ଓ ଫଙ୍ଗଲ ଇନଫେକସନ ତାଙ୍କ ମସ୍ତିଷ୍କକୁ ମଧ୍ୟ ଆକ୍ରାନ୍ତ କରିସାରିଛି । ଏନେଇ ସୂଚନା  ଦେଇଛନ୍ତି ଡ଼ାକ୍ତର ମୁଞ୍ଜଲ ।

ତେଣୁ ଇଏନଟି ଓ ଆଖି ଚିକିତ୍ସକ ଟିମ ଏହି ଫଙ୍ଗଲ ରୋଗର ଉପଚାର ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରାରମ୍ଭରୁ ଏହାର ଚିକିତ୍ସା କରାଗଲେ ଏହି ଶାରୀରିକ କ୍ଷତିରୁ ରକ୍ଷା ପାଇ ହେବ ବୋଲି ଡା଼କ୍ତର କହିଛନ୍ତି । ସିନିଅର ଆଖି ସର୍ଜନ ଡ଼ାକ୍ତର ସାଲୁ ବାଗେଚାଙ୍କ ମତରେ ଅର୍ବିଟାଲ ଇନଭଲଭମେଣ୍ଟ ଏହି ରୋଗର ଚିକିତ୍ସା ପାଇଁ ଏକ ବିକାଶଶୀଳ ପ୍ରୟୋଗ ମାତ୍ର ଦୃଷ୍ଟି ଶକ୍ତି ହରାଇବା ଏହାର ଏକ ମାତ୍ର ଲକ୍ଷଣ ନୁହଁ । ଏଥିରେ ମସ୍ତିିଷ୍କ ସଂକ୍ରମଣର ଡ଼ର ଅଧିକ ଥିବାରୁ ଏହା ମୃତ୍ୟୁର କାରଣ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking