29.1 C
Bhubaneswar
Saturday, April 27, 2024
Homeଓଡିଶାଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦ୍ୱାରା ବିଶୁଦ୍ଧିକରଣ କାର୍ଯ୍ୟ

ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦ୍ୱାରା ବିଶୁଦ୍ଧିକରଣ କାର୍ଯ୍ୟ

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦ୍ୱାରା ସର୍ବସାଧାରଣ ସ୍ଥାନ , ଅନୁଷ୍ଠାନ ,ହସ୍ପିଟାଲ , ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସଙ୍ଗରୋଧ କେନ୍ଦ୍ରରେ ବିଶୁଦ୍ଧିକରଣ କାର୍ଯ୍ୟ କରାଯାଉଛି । ଚଳିତ ମାସ ଆଜି ସୁଦ୍ଧା ୩୩୮ଟି ଦମକଳ କେନ୍ଦ୍ରର କର୍ମଚାରୀ ୧ଲକ୍ଷ ଲିଟରରୁ ଅଧିକ ସୋଡ଼ିୟମ ହାଇପୋ କ୍ଲୋରାଇଡ଼ ସହିତ ଆବଶ୍ୟକ ଅନୁପାତରେ ପାଣି ମିଶ୍ରିତ ଦ୍ରବଣକୁ ସିଞ୍ଚନ କରି ୪୭,୧୦୩ଟି ସ୍ଥାନକୁ ବିଶୋଧନ କରାଯାଇଛି ।

ଏବେ ଗୁରୁତ୍ୱ ବହନ କରୁଥିବା କୋଭିଡ଼ କେୟାର ହସ୍ପିଟାଲ , କୋଭିଡ଼ ଟେଷ୍ଟିଂ ସେଣ୍ଟର ଓ କୋଭିଡ଼ କେୟାର ସେଣ୍ଟରର ବିଶେଷ ବିଶୁଦ୍ଧକରଣ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ତାଲିକା ଅନୁଯାୟୀ ଅଗ୍ନିଶମ ସେବା ସଂସ୍ଥା ତରଫରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଏହି ଅବସରରେ ଓଡ଼ିଶା ଅଗ୍ନିଶମ ସଂସ୍ଥର ମହାନିର୍ଦ୍ଦେଶକ ଡଃ ସତ୍ୟଜିତ ମହାନ୍ତି କହିଛନ୍ତି ଯେ , କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ୩୫ଟି କୋଭିଡ଼ ହସ୍ପିଟାଲ , ୨୨ଟି କୋଭିଡ଼ ସେଣ୍ଟର ଓ ୧୬ଟି କୋଭିଡ଼ କେୟାର ସେଣ୍ଟରର ବିଶୁଦ୍ଧିକରଣ କାର୍ଯ୍ୟ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking