28.1 C
Bhubaneswar
Saturday, April 27, 2024
Homeଖେଳକ୍ଲେଭ୍‌ଲାଣ୍ଡ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ସାନିଆ-ମାକ୍‌ହେଲ୍‌

କ୍ଲେଭ୍‌ଲାଣ୍ଡ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ସାନିଆ-ମାକ୍‌ହେଲ୍‌

କ୍ଲେଭଲାଣ୍ଡ:  ଭାରତର ଷ୍ଟାର୍ ଟେନିସ୍ ଖେଳାଳି ସାନିଆ ମିର୍ଜା ଓ ତାଙ୍କ ଆମେରିକୀୟ ପାର୍ଟନର୍ କ୍ରିଷ୍ଟିନାର ମାକ୍‌ହେଲ୍ କ୍ଲେଭଲାଣ୍ଡ ଚାମ୍ପିଅନ୍‌ଶିପ୍‌ର ମହିଳା ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ଡବ୍ଲ୍ୟୁଟିଏ ୨୫୦ ଟୁର୍ଣ୍ଣାମେଣ୍ଟ୍‌ର ସେମିଫାଇନାଲ୍‌ରେ ଇଣ୍ଡୋ-ଆମେରିକୀୟ ଯୋଡ଼ି ଉଲ୍‌ରିକେ ଇକେରି ଓ କାଥେରିନ୍ ହାରିସନ୍‌ଙ୍କୁ ୭-୬(୫), ୬-୨ ସିଧା ସେଟ୍‌ରେ ହରାଇ ଦେଇଥିଲେ । ସାନିଆ ଓ ତାଙ୍କ ଆମେରିକୀୟ ପାର୍ଟନର୍ ନରୱେ-ଆମେରିକୀୟ ଯୋଡ଼ିଙ୍କୁ ସେଟଲ୍ ହେବାକୁ କୌଣସି ସୁଯୋଗ ନଦେଇ ପ୍ରଥମ ସେଟ୍‌କୁ ସହଜରେ ଜିତି ନେଇଥିଲେ । ଦ୍ୱିତୀୟ ସେଟ୍‌କୁ ମଧ୍ୟ ଏକପାଖିଆ ଭାବେ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲେ । ସାନିଆ ଓ କ୍ରିଷ୍ଟିନାଙ୍କ ଅଣସିଡେଡ୍ ଯୋଡ଼ି ଫାଇନାଲ୍‌ରେ ଟପ୍ ସିଡ୍ ଜାପାନର ଶୁକୋ ଆୟୋୟାମା ଓ ଏନା ଶିବାହାରାଙ୍କ ଯୋଡ଼ିକୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking