28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସନ୍ଧ୍ୟାବତୀ ପ୍ରଧାନଙ୍କୁ କରୋନା

ସନ୍ଧ୍ୟାବତୀ ପ୍ରଧାନଙ୍କୁ କରୋନା

ଭୁବନେଶ୍ୱର: ସନ୍ଧ୍ୟାବତୀ ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ହେଉଛନ୍ତି ସନ୍ଧ୍ୟାବତୀ ପ୍ରଧାନ । ସେ କରୋନା ପଜିଟିଭ ହୋଇଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ଟେଷ୍ଟ କରାଇନେବାକୁ ସେ ନିବେଦନ କରିଛନ୍ତି ।
ତେବେ ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩୬୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୫୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ଓ କଟକରୁ ୩୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking