ଏସସିବି ଅଧ୍ୟକ୍ଷ ଡକ୍ଟର ଦତ୍ତେଶ୍ୱର ହୋତାଙ୍କ ପିତୃ ବିୟୋଗ

ଭୁବନେଶ୍ୱର: କଟକ, ଶ୍ରୀ ରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ (ଏସସିବି) ର ଅଧ୍ୟକ୍ଷ ତଥା ୟୁରୋଲୋଜୀ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଦତ୍ତେଶ୍ୱର ହୋତାଙ୍କ ପିତୃ ବିୟୋଗ । ତାଙ୍କ ପିତା ଶ୍ରୀ ଚିତ୍ତରଞ୍ଜନ ହୋତାଙ୍କର ଆଜି ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ । ୧୯୮୬ ମସିହାରେ ଉପସଚିବ ଭାବେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ତିନି ପୁଅ ଡକ୍ଟର ହୋତାଙ୍କ ସହ ବଡ ପୁଅ ଗୋଧନେଶ୍ୱର ହୋତା, ସାନ ପୁଅ ରାଜେଶ୍ୱର ହୋତା ଓ ପତ୍ନୀ ଶ୍ରୀମତି ଜ୍ଞାନୀ ହୋତା ଉପସ୍ଥିତ ଥିଲେ । ସ୍ୱର୍ଗତଃ ଚିତରଂଜନ ହୋତା ସୋନପୁର ଜିଲ୍ଲାର ତେଲଣ୍ଡା ଗ୍ରାମରେ ୧୯୨୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ଆତ୍ମୀୟ ସୃଜନ ଉପସ୍ଥିତ ରହିଥିଲେ । ତାଙ୍କ ମର ଶରୀରକୁ ନିଆଯାଇ ପୁରୁଣା ଭୁବନେଶ୍ୱରସ୍ଥିତ ଗରାବଡୁ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି । ବଡପୁଅ ଗୋଧନେଶ୍ୱର ହୋତା ମୁଖାଗ୍ନି ଦେଇଥିଲେ । ଏହି ଘଟଣା ଶୁଣିବା ପରେ ତାଙ୍କ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଆତ୍ମୀୟ ସୋଜନ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟବ୍ୟାପୀ ବୁଲି ବୁଲି ଦୁର୍ଗମ ଅଚଂଳରେ ରାଜ୍ୟର ବଛା ବଛା ଡାକ୍ତର ଓ ବିଶେଷଜ୍ଞଙ୍କୁ ନେଇ ଚିକିତ୍ସା ସୁବିଧା ଯୋଗାଇ ଥିବା ‘ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ’ର ସ୍ୱର୍ଗତଃ ହୋତା ଥିଲେ ଅଧ୍ୟକ୍ଷ ।

LEAVE A REPLY

Please enter your comment!
Please enter your name here