35.1 C
Bhubaneswar
Wednesday, May 8, 2024
Homeଓଡିଶାସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତିବିହାର) ର ନୂତନ କୁଳପତି ପଦ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବି ପାଇଁ ଆଗ୍ରହୀ ଥିବା ପ୍ରଫେସରମାନେ ଅକ୍ଟୋବର ୨୫ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । କୁଳପତି ପଦରୁ ଇସ୍ତଫା ଦେଇଥିବା ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ସ୍ଥାନରେ ଏହି ନିଯୁକ୍ତି ଦିଆଯିବ । ଆବେଦନ ଲାଗି ଜଣେ ପ୍ରଫେସର ଦେଶର କୌଣସି ବିଶ୍ୱବିଦ୍ୟାଳୟ ତଥା ସମାନ ଯୋଗ୍ୟତା ଥିବା ଗବେଷଣା ଅନୁଷ୍ଠାନ, ଏକାଡେମିକ ସଂସ୍ଥାରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଅଧ୍ୟାପନା ସହ ପ୍ରଶାସନିକ ଦକ୍ଷତା ରହିଥିବା ଦରକାର । ଆବେଦନକାରୀଙ୍କ ବୟସ ଡିସେମ୍ବର ପହିଲା ସୁଦ୍ଧା ସର୍ବାଧିକ ୬୩ ବର୍ଷ ହୋଇଥିବା ଆବଶ୍ୟକ ।

ବିଜ୍ଞପ୍ତି ଅନୁଯାୟୀ କୁଳପତିଙ୍କୁ ମାସିକ ୨ ଲକ୍ଷ ୧୦ ହଜାର ଟଙ୍କାର ଦରମା ସହ ୧୧ ହଜାର ୨୫୦ ଟଙ୍କା ସ୍ୱତନ୍ତ୍ର ଅର୍ଥରାଶି ଦିଆଯିବ । ଏହାବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଅର୍ଥରାଶି ମଧ୍ୟ ମିଳିବ । କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ହେବ । ଆଶାୟୀ ପ୍ରଫେସର; ବିଭାଗୀୟ ୱେବସାଇଟ ଲଗ-ଇନ୍ କରି ସବିଶେଷ ତଥ୍ୟ ପାଇପାରିବେ । କୁଳପତି ଚୟନ ଲାଗି ଏକ ଚୟନ କମିଟି ଗଠନ କରାଯିବ । ଏହି କମିଟିର ସଦସ୍ୟମାନେ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ୩ ଜଣଙ୍କ ନାଁ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇବେ । ଉକ୍ତ ୩ ଜଣଙ୍କ ସାକ୍ଷାତକାର ନେବା ପରେ ରାଜ୍ୟପାଳ ଜଣଙ୍କୁ କୁଳପତି ଭାବେ ଚୟନ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ୨ ଶହରୁ ଅଧିକ ମହାବିଦ୍ୟାଳୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking