27.1 C
Bhubaneswar
Wednesday, May 8, 2024
Homeଓଡିଶାଚିକିତ୍ସା ନପାଇ ରୋଗୀ ଫେରିଲେ, ଡାକ୍ତରଖାନା ବଦଳରେ ଘର ପାଲଟିଲା ଶେଷ ଭରସା

ଚିକିତ୍ସା ନପାଇ ରୋଗୀ ଫେରିଲେ, ଡାକ୍ତରଖାନା ବଦଳରେ ଘର ପାଲଟିଲା ଶେଷ ଭରସା

ସମ୍ବଲପୁର :  କରୋନାର କଡ଼ ଲେଉଟା ଦ୍ୱିତୀୟ ସଂକ୍ରମଣ ଏବେ ବ୍ୟାପକ ରୂପ ନେବା ଆରମ୍ଭ କରିଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପଶ୍ଚିମ ଓଡ଼ିଶାର ପ୍ରମୁଖ କୋଭିଡ୍ ଡାକ୍ତରଖାନା ଏବେ ଆଉ ଅଧିକ ରୋଗୀଙ୍କୁ ନେବା ଅବସ୍ଥାରେ ନାହିଁ । ଫଳରେ ଆଜି ବୁର୍ଲା ଆଖ ପାଖ ଅଞ୍ଚଳରୁ ଆସିଥିବା ୪୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ସେମାନଙ୍କ ଘରକୁ ଫେରାଇ ନେଇଛନ୍ତି ପରିବାର ସଦସ୍ୟ । ଏଭଳି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ହୋଇପଡିଥିଲା । ଗୋଟିଏ ପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଖୁଛି କ୍ରମାଗତ ଭାବେ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ମାତ୍ର ବହୁ ବିଳମ୍ବରେ ଚିନ୍ତା କରିବା, ଯୋଜନା କରିବା, କ୍ଷେତ୍ର ପରିଦର୍ଶନ କରିବା ଆଦି ରାଜନୈତିକ ନାଟକ ବାଜିରେ ଏବେ ଏତେ ବିଳମ୍ବ ହୋଇଯାଇଛି ଯେ ପ୍ରଶାସନ କୌଣସି ବିକଳ୍ପ ପଦକ୍ଷେପ ନେଇ ପାରିନାହିଁ ।

ବୁର୍ଲାସ୍ଥିତ କୋଭିଡ୍ ଡାକ୍ତରଖାନାକୁ ଆଜି ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ରୋଗୀ ଆସୁଥିଲେ ମଧ୍ୟ ସ୍ଥାନ ଅଭାବରୁ ଫେରାଇ ଦିଆଯାଉଛି । ଗୋଟିଏ ପଟେ ବିଭିନ୍ନ ସ୍ଥାନରୁ କରୋନା ସଂକ୍ରମିତ ରୋଗୀ ଗାଡି ମୋଟରରେ ବୁର୍ଲା ଅଞ୍ଚଳରେ ପ୍ରବେଶ କରି କୋଭିଡ୍ ଡାକ୍ତରଖାନାକୁ ଆସୁଥିବା ବେଳେ ଏବେ ସମଗ୍ର ବୁର୍ଲା ଓ ଏହାର ଆଖପାଖ ଅଞ୍ଚଳ ବିପଦ ସଙ୍କୁଳ ହୋଇପଡିଛି । ନିୟମିତ ବିଶୋଧନ ବା ସଂକ୍ରମଣ ନିରୋଧ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।

ରୋଗୀ ସହ ସେମାନଙ୍କ ସମ୍ପର୍କୀୟ ମାନେ ଆଖପାଖ ଦୋକାନ ବଜାରରୁ ସାମଗ୍ରୀ ଖରିଦ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଯାହାକି ଏ ଦିଗରେ ପ୍ରଶାସନ ପ୍ରାରମ୍ଭରୁ ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ରହିଥିଲା । ନେଡି ଗୁଡ଼ କହୁଣୀକୁ ବୋହିଯିବା ସଦୃଶ ଏବେ ଅନ୍ୟାନ୍ୟ ସ୍ଥାନ ଠାରୁ ବୁର୍ଲା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ନିଶ୍ଚିତ ଭାବେ ସରକାରଙ୍କ ପଛ ବୁଦ୍ଧି ସହ ପ୍ରଶାସନିକ କାଳକ୍ଷେପଣ ପଦକ୍ଷେପର ପରିଣତି କୁହାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking