31.1 C
Bhubaneswar
Sunday, May 19, 2024
Homeଓଡିଶାଆଜି ରୁକୁଣା ରଥଯାତ୍ରା

ଆଜି ରୁକୁଣା ରଥଯାତ୍ରା

ଭୁବନେଶ୍ୱର : ଆଜି ରୁକୁଣା ରଥଯାତ୍ରା । ଗତକାଲି ସପ୍ତମୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନେତ୍ରୋତ୍ସବ ପାଳିତ ହୋଇଯାଇଛି। ଚଳିତ ବର୍ଷ କୋଭିଡ କଟକଣାରେ ଶ୍ରୀଜୀଉଙ୍କ ରଥ ପ୍ରତିଷ୍ଠା କରାଯାଇଥିଲା। ମହାରଣା ସେବାୟତ ରଥ ନିର୍ମାଣ ପରେ ଦର୍ଜି ସେବାୟତ ରଥରେ କନା ଲଗାଇଥିଲେ। ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ଶେଷ ପରେ ବଡୁ ସେବାୟତମାନେ ମରିଚି କୁଣ୍ଡରୁ ପାଣି ଆଣି ରଥଖଳାରେ ପହଞ୍ଚାଇଥିଲେ। ପରେ ମନ୍ଦିରର କୁଳ ପୁରୋହିତ, ପୁରୀ ରାଜଗୁରୁ ଓ ୬ଜଣ କ୍ଷେତ୍ରବାସୀ ସେବାୟତଙ୍କୁ ନେଇ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପୂଜାସାମଗ୍ରୀ ଯୋଗାଇ ଦିଆଯାଇଥିଲା। ରଥ ପ୍ରତିଷ୍ଠା ପୂର୍ବରୁ ବ୍ରହ୍ମାମୂର୍ତ୍ତିକୁ ମନ୍ଦିର ଭିତରୁ ରଥଖଳାକୁ ଅଣାଯାଇଥିଲା। ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତ ବ୍ରହ୍ମାମୂର୍ତ୍ତିକୁ ଆଣିଥିଲେ। ରଥ ପ୍ରତିଷ୍ଠା ଶେଷ ପରେ ସମର୍ଥା ସେବାୟତ ରଥରେ ନେତ ବାନ୍ଧିଥିଲେ। ନେତ୍ରୋତ୍ସବ କାର୍ଯ୍ୟ ବିଳମ୍ବିତ ରାତିରେ ଶେଷ ହୋଇଥିଲା। ରଥପ୍ରତିଷ୍ଠା କାର୍ଯ୍ୟ ଶେଷ ପରେ ମନ୍ଦିର ଦକ୍ଷିଣ ଘରେ ପୂଜା ପାଉଥିବା ପଞ୍ଚବକ୍ର ମହାଦେବ ପାରମ୍ପରୀକ ରୀତି ମତେ ପୂଜାପଣ୍ଡା ଓ ପତ୍ରି ସେବକଙ୍କ ଉପସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking