26.1 C
Bhubaneswar
Friday, March 29, 2024
Homeକରୋନାରାଜ୍ୟରେ ୫୦୦୦ ମୁହାଁ କୋରନା ସଂକ୍ରମଣ

ରାଜ୍ୟରେ ୫୦୦୦ ମୁହାଁ କୋରନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢାଇଛି କୋରନା । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକରୁ ଅଧିକ ବଢିବାରେ ଲାଗିଛି । ରାଜ୍ୟରେ ୫୦୦୦ ମୁହାଁ କୋରନା ସଂକ୍ରମଣ ହେବାକୁ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେନଟାଇନରୁ ୨୭୮୫ ଜଣ ଓ ୧୯୭୬ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୬୭୩ , କଳାହାଣ୍ଡିରେ ୧୬୭, ନୂଆପଡାରେ ୫୩୪, ବରଗଡରେ ୧୯୮, ସୁନ୍ଦରଗଡରେ ୮୪, କଟକରେ ୧୭୬ , ଅନୁଗୁଳରୁ ୮୧ , ଝାରସୁଗଡାରୁ ୨୩୪, ମୟୁରଭଞ୍ଜରେ ୮୬, ଷ୍ଟେଟପୁଲରେ ୧୬୦, ସମ୍ବଲପୁରରେ ୧୮୩, ପୂରୀରେ ୧୯୩, ଯାଯପୁରରୁ ୮୬, ରାୟଗଡା ୬୦, ଗଜପତିରୁ ୩୧, ବଲାଙ୍ଗୀରରୁ ୩୨୨ ଓ ସୁବର୍ଣ୍ଣପୁରରୁ ୪୭, ଭଦ୍ରକରୁ ୬୩ , ଗଞ୍ଜାମରୁ ୪୯ , ବାଲେଶ୍ୱରରୁ ୮୪, ନବରଙ୍ଗପୁରରୁ ୧୫୪ , କେନ୍ଦୁଝରରୁ ୧୦୩ , ଦେବଗଡରୁ ୩୧, ଜଗତସିଂପୁରରୁ ୨୨, କୋରାପୁଟରୁ ୩୧ , କନ୍ଧମାଳରୁ ୧୫, ନୟାଗଡରୁ ୬୩, ବୌଦ୍ଧରୁ ୨୩, ମାଲକାନାଗିରିରୁ ୬, ଢେଙ୍କାନାଳରୁ ୬ ଓ କେନ୍ଦ୍ରାପଡାରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ କୁ ବୃଦ୍ଧି ହୋଇଛି । ତେବେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୭ ହଜାର ୬୩୭ ଜଣ ଓ ୨୭,୮୨୧ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି । ଏହାଛଡା ରାଜ୍ୟରେ ଆଜି କୋରନାରେ ୫ ଜଣ ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି । ନୂଆପଡାରୁ ୩ଜଣ,କେନ୍ଦୁଝରର ଓ ରାୟଗଡାରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କୋରନା ଜନିତ ମୃତ୍ୟୁ ସଂଖ୍ୟା ୧୯୫୩କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking