28.1 C
Bhubaneswar
Saturday, April 27, 2024
Homeଏକ୍ସକ୍ଲୁସିଭ୍ରବିବାର ସାମ୍ବ ଦଶମୀ, ଜାଣନ୍ତୁ ଏହାର ମାହାତ୍ମ୍ୟ

ରବିବାର ସାମ୍ବ ଦଶମୀ, ଜାଣନ୍ତୁ ଏହାର ମାହାତ୍ମ୍ୟ

ଆସନ୍ତା ରବିବାର ପଡୁଛି ସାମ୍ବ ବା ସମ୍ବର ଦଶମୀ । ଏହି ଦିନ ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା କରି ସୂର୍ଯ୍ୟଦେବଙ୍କୁ ଭୋଗ ଲଗାଯାଇଥାଏ । ଏହି ପୂଜା କଲେ ସନ୍ତାନସନ୍ତତିମାନେ ସୂର୍ଯ୍ୟନାରାୟଣଙ୍କ ଶୁଭାଶିଷ ଫଳ ଲାଭ କରନ୍ତି ବୋଲି ପୂର୍ବପୁରୁଷରୁ ବିଶ୍ୱାସ ଅଛି । ଆହୁରି ମଧ୍ୟ ଏହାକୁ ନେଇ କିଛି ପୌରାଣିକ କଥା ମଧ୍ୟ ଅଛି । ଗୌତମବିପ୍ର ଓ ପଦ୍ମାବତୀ ଉପାଖ୍ୟାନ ସୂର୍ଯ୍ୟପୂଜାକୁ ଅର୍କକ୍ଷେତ୍ର କୋଣାର୍କ ସହ ଯୋଡ଼ାଯାଇଛି । ବ୍ରତକଥାରେ ମୁଖ୍ୟ ଆଖ୍ୟାନ ଅନୁସାରେ ଶ୍ରୀକୃଷ୍ଣଙ୍କର ପ୍ରିୟପତ୍ନୀ ଋକ୍ମିଣୀଙ୍କର ଗୋଟିଏ ପୁଅକୁ କୌଣସି ଏକ ରାକ୍ଷସ ହରଣ କରି ନେଇଥିବାରୁ ସେ ମନଦୁଃଖରେ ଥିଲେ । ପୌଷ ଶୁଳ୍କ ଦଶମୀରେ ସୂର୍ଯ୍ୟଙ୍କ ବ୍ରତ ପାଳନର ମହିମା ବିଷୟରେ ଦେବର୍ଷି ନାରଦଙ୍କଠାରୁ ଶୁଣି, ସେ ସେହି ବ୍ରତ କରିଥିଲେ ।  ଫଳରେ ତାଙ୍କର ପୁତ୍ର ପ୍ରଦ୍ୟୁମ୍ନ ନାମକ ଦୈତ୍ୟକୁ ନିତହ କରି ବୀର ପରି ତାଙ୍କ ପାଖକୁ ଫେରିଆସିଥିଲେ ।
ଏହି ଦଶମୀ ସହ ଶାମ୍ବଙ୍କ ଉପାଖ୍ୟା ମଧ୍ୟ ଜଡ଼ିତ । ଶମ୍ବ ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କର ପୁତ୍ର । ତାଙ୍କ ସହଯୋଗରେ ପୁଦ୍ୟୁମ୍ନ ସମ୍ବରାସୁରକୁ ନିହତ କରିଥିଲେ ବୋଲି ଶାମ୍ବ ପୂରାଣରେ ବର୍ଣ୍ଣିତ ଅଛି । କିନ୍ତୁ ଆଜି ଉପାଖ୍ୟାନ ଅନୁସାରେ ଶମ୍ବ ନିଜର ରୂପ ଓ ଯୌବନ ପାଇଁ ଅତ୍ୟନ୍ତ ଗର୍ବିତ ଥିଲେ । ଏପରି କି ତାହା ଫଳରେ ଦେବର୍ଷି ନାରଦଙ୍କୁ ବି ସେ ଅବଜ୍ଞା କରୁଥିଲେ । ତେଣୁ ନାରଦଙ୍କ ଯୋଜନା ଫଳରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ସେ ଅଭିଶପ୍ତ ହେଲେ । ସେହି ଅଭିଶାପ ଯୋଗୁ କୁଷ୍ଠ ରୋଗରେ ତାଙ୍କର ରୂପଯୌବନ ନଷ୍ଟ ହେବା ସହିତ  ଗର୍ବ ନାଶ ହେଲା । ଚନ୍ଦ୍ରଭାଗା ନଦୀତଟରେ ସୂର୍ଯ୍ୟଦେବଙ୍କୁ ଉପାସନା କରି ସେ କୁଷ୍ଠରୋଗରୁ ମୁକ୍ତ ହେବା ସହିତ ନିଜର ରୂପ ଯୌବନ ଫେରିପାଇଥିଲେ ।
ଶମ୍ବପୂରାଣ ଅନୁସାରେ ଚନ୍ଦ୍ରଭାଗା, ହିମାଳୟର ଏକ ଅଂଶ । କିନ୍ତୁ ଓଡ଼ିଆ ସୂର୍ଯ୍ୟପୁରାଣଗୁଡ଼ିକରେ ଏହାକୁ ଚନ୍ଦ୍ରଭାଗ ତଟର ଅର୍କକ୍ଷେତ୍ର କୋଣାର୍କ ସହ ଯୋଡ଼ାଯାଇଛି । ସେହି ଅନୁସାରେ କୋଣାର୍କଠାରେ ସୂର୍ଯ୍ୟଙ୍କର  ପୂଜା କଲେ କୁଷ୍ଠ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ଅଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking