26.1 C
Bhubaneswar
Wednesday, May 8, 2024
Homeଏକ୍ସକ୍ଲୁସିଭ୍ଯୁକ୍ତ ଦୁଇ କଲେଜଗୁଡ଼ିକୁ କଡ଼ା ନିର୍ଦ୍ଦେଶ

ଯୁକ୍ତ ଦୁଇ କଲେଜଗୁଡ଼ିକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ସିସିଟିଭି ଇନଷ୍ଟଲେସନ ରିପୋର୍ଟ ମାଗିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତ ମାସ ୧୦ ତାରିଖ ଭିତରେ ସିସିଟିଭି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଯୁକ୍ତ ଦୁଇ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜରେ ସିସିଟିଭି ଇନଷ୍ଟଲ ନଥିଲେ ବାତିଲ ହେବ ପରୀକ୍ଷା ସେଣ୍ଟର । ସିସିଟିଭି ଲାଗିନଥିଲେ ଉକ୍ତ କଲେଜରେ ହେବନି ପରୀକ୍ଷା । ତେଣୁ ସବୁ କଲେଜରେ ସିସିଟିଭି ଲଗାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏଥିପାପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ବୋଲି ଉପ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।
ସେଲଫ୍ ଫାଇନାନ୍ସିଂ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ବି, ସିସିଟିଭି ଲାଗିଥିବା ହଲରେ କରାଯିବା ପାଇଁ କୁହାଯାଇଛି । ଖାଲି ସେତିକି ନୁହେଁ ସିସିଟିଭି ଇନଷ୍ଟଲେସନ୍ ସହିତ, ପାୱାର ବ୍ୟାଅପ୍, ଇଣ୍ଟରନେଟ୍ ସେବା ଅଛି ନା ନାହିଁ ସେନେଇ ମଧ୍ୟ କଲେଜ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦକୁ ସମ୍ପୂର୍ଣ୍ଣ ତଥ୍ୟ ଦେବ । ପୁରା ପରୀକ୍ଷାକୁ ରେକର୍ଡିଂ କରି ରଖିବାକୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ । ଏହା ୨୮ କ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏବର୍ଷ ମୋଟ ୩ ଲକ୍ଷ ୪୯ ହଜାର ୧୫୪ ପିଲା ପରୀକ୍ଷା ଦେବେ ବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି କଡ଼ା ନିୟମ କରାଯାଇଛି । ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବାକୁ ଏଭଳି ପ୍ରୟାସ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking