29.1 C
Bhubaneswar
Wednesday, May 8, 2024
Homeଓଡିଶାକାହିଁକି ପାଳନ ହୁଏ ଶହୀଦ ଦିବସ...

କାହିଁକି ପାଳନ ହୁଏ ଶହୀଦ ଦିବସ…

ଭୁବନେଶ୍ୱର : ଶହୀଦ ଦିବସ ୨୩ ମାର୍ଚ୍ଚ ରେ ପାଳନ ହୁଏ ଓ ତା ସହ ୩୦ ଜାନୁୟାରୀ କୁ ବି ଶହୀଦ ଦିବସ ଭାବେ ପାଳନ କରନ୍ତି । କାରଣ ଏହି ଦିନରେ ମହାତ୍ମା ଗାନ୍ଧୀ ଶହୀଦ ହୋଇଥିଲେ କିନ୍ତୁ ସବୁ ଠାରୁ ବେଶୀ ୨୩ ମାର୍ଚ୍ଚ କୁ ହିଁ ମାନିଥାନ୍ତି। ଭଗତ ସିଂ ,ସୁଖ ଦେବ ,ରାଜଗୁରୁଙ୍କୁ ମନେ ରଖିବା ଉଦେଶ୍ୟରେ ଏହି ଦିବସ ପାଳନ ହୁଏ ।ଏହି ଦିନରେ ଏହି ୩ ଜଣକୁ ଫାଶୀ ଦିଆଯାଇଥିଲା ।
୨୩ ମାର୍ଚ ୧୯୩୧ରେ ଭାରତୀୟ ସ୍ୱତନ୍ତ୍ରତା ଆନ୍ଦୋଳନ ଦ୍ଵାରା କ୍ରାନ୍ତିକାରୀ ଭଗତ ସିଂ ,ରାଜ ଗୁରୁ ଓ ସୁଖ ଦେବ ଙ୍କୁ ଫାଶୀ ଦିଆଯାଇଥିଲା ।ସୂଚନା ଅନୁସାରେ ଫାଶୀରେ ସଜା ୨୪ ମାର୍ଚ୍ଚ ସକାଳ ୮ ରେ ନିର୍ଦ୍ଧାରିତ ହୋଇଥିଲା କିନ୍ତୁ ଇଂରେଜ ସରକାର ଭୟରେ ୨୩ ମାର୍ଚ୍ଚ ସନ୍ଧ୍ୟାରେ ହିଁ ସେମାନଙ୍କୁ ଫାଶୀ ଦେଇଦେଇଥିଲେ କାରଣ କ୍ରାନ୍ତିକାରୀ ଙ୍କ ସପକ୍ଷରେ ଥିବା ଲୋକେ ଏକଜୁଟ ହୋଇ ଇଂରେଜ ମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ।ଏହି ତିନି ବୀର କ୍ରାନ୍ତିକାରୀ ହସି ହସି ଫାଶୀ ଫନ୍ଦାରେ ଝୁଲି ଯାଇଥିଲେ । ଫାଶୀ ଦେବାର କାରଣ ଥିଲା  ୮ ଏପ୍ରିଲ ୧୯୨୯ ଦିନ ଚନ୍ଦ୍ରଶେଖର ଆଜାଦ ଙ୍କ ନେତୃତ୍ଵରେ ସାଧାରଣ ଜନତାଙ୍କ ସୁରକ୍ଷା ,ଟ୍ରେନ ଡିସପୁଟ ବିଲ ବିରୋଧରେ ସିନ୍ଦଲ ବିଧାନସଭା ରେ ବମ ଫିଙ୍ଗିଥିଲେ ।ଏହି କାର୍ଯ୍ୟରେ ବିଶେଷ କରି ଭଗତ ସିଂ ସାମିଲ ଥିଲେ । ଏହାପରେ ୩ ଜଣକୁ ଗିରଫ କରାଯାଇଥିଲା ଓ ଫାଶୀ ଦିଆଯାଇଥିଲା ।ଏମିତି ତା ବହୁତ ସାରା କାରଣ ଥିଲା କିନ୍ତୁ ଏହି ୩ ଜଣ ଇଂରେଜ ମାନଙ୍କୁ ଅସୁବିଧାରେ ପକେଇବାର କୋଣସି ରାସ୍ତା ଛାଡୁନଥିଲେ ।ଭଗତ ସିଂ,ସୁଖ ଦେବ ଙ୍କ ବୟସ ୨୩ ବର୍ଷ ଥିବା ବେଳେ ରାଜଗୁରୁ ମାତ୍ର ୨୨ ବର୍ଷର ଥିଲେ । ଏତେ କାମ ବୟସରେ ଦେଶ ପାଇଁ ହସି ହସି ଜୀବନ ଦେଇଥିବାରୁ ତାଙ୍କୁ ସ୍ମରଣ ରଖିବା ପାଇଁ ସହିଦ ଦିବସ ମନାଯାଏ । ଫାଶୀ ଦେବା ସମୟରେ ଶେଷ ଇଛା ପଚରାଯିବାରୁ ୩ ଜଣ ପରସ୍ପରକୁ ଆଲିଙ୍ଗନ କରିବା ପାଇଁ ଜଣାଇଥିଲେ । ଲାହୋର ର ପଞ୍ଜାବ ଠାରେ ଏହି ୩ ଜଣଙ୍କୁ ଫାଶୀ ଦିଆଯାଇଥିଲା । ବିଶେଷ କରି ଏତେ ଯୁବକ ଅବସ୍ଥାରୁ ନିର୍ଭିକତାର ପରିଚୟ ଦେଇଥିଲେ ଏହି ତିନି ଶହୀଦ ଯାହା ଆଜିର ଯୁବ ପିଢିଙ୍କ ପାଇଁ ଏକ ପ୍ରେରଣା ।ଏହି ୩ ଜଣଙ୍କ ମହାନ ଉଦେଶ୍ୟ ଓ ଆତ୍ମବଳି ପାଇଁ ଶହୀଦ ଦିବସ ପାଳିତ ହୁଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking