28.1 C
Bhubaneswar
Sunday, May 26, 2024
Homeଦେଶ ବିଦେଶତାଲିବାନୀଙ୍କ ହାତରେ ଅଧିକ ସୁରକ୍ଷିତ କାବୁଲ୍‌: ଋଷିଆ

ତାଲିବାନୀଙ୍କ ହାତରେ ଅଧିକ ସୁରକ୍ଷିତ କାବୁଲ୍‌: ଋଷିଆ

କାବୁଲ: ଜଟିଳ ହେବାରେ ଲାଗିଛି ଆଫଗାନିସ୍ତାନର ସ୍ଥିତି । ସ୍ଥିତି ଏମିତି ହେଲାଣି ଦେଶରୁ ଲକ୍ଷାଧିକ ଲୋକ ଅନ୍ୟ ଦେଶକୁ ପଳାଉଛନ୍ତି । ଜୀବନ ବଞ୍ଚାଇବା ଲାଗି ସେଠି ଚାଲିଛି ସଂଘର୍ଷ । ଆଉ ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛି ଋଷିଆ । ତାଲିବାନୀଙ୍କ ସପକ୍ଷରେ ମତ ପ୍ରକାଶ କରିଛି ଋଷିଆ । ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ କହିଛନ୍ତି ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ । ଆଫଗାନିସ୍ତାନ ଉପରେ ତାଲିବାନ ମାନେ ନିଜର ହୁକୁମ୍ ଆରମ୍ଭ କରିସାରିଲେଣି । ରବିବାର ସେମାନେ ରାଜଧାନୀ କାବୁଲ ଉପରେ କବଜା କରିଛନ୍ତି । ଫଳରେ ରାଷ୍ଟ୍ରପତି ଘନି ଇସ୍ତଫା ଦେଇ ରାତାରାତି କାବୁଲ ଛାଡ଼ିଛନ୍ତି । ବର୍ତ୍ତମାନ ସେଠାକାର ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି । ତାଲିବାନଙ୍କ ଦଖଲ ପରେ ଅଧିକାଂଶ ଦେଶ ସେମାନଙ୍କ ଦୂତାବାସ ସେଠାରୁ ହଟାଇଦେଇଛନ୍ତି ଏବଂ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ଭାବରେ ସେଠାରୁ ନେଇ ଯାଉଛନ୍ତି । ଭାରତ ଏବଂ ଆମେରିକା ଆଜି ନିଜର ନାଗରିକ ମାନଙ୍କୁ ଆଫଗାନିସ୍ତାନରୁ ନେଇଯାଇଛନ୍ତି । ଗୋଟେ ପଟେ ଅଧିକାଂଶ ଦେଶ ତାଲିବାନଙ୍କ ବିରୋଧରେ ଥିବା ବେଳେ ଚୀନ-ପାକିସ୍ତାନ, ତାଲିବାନିଙ୍କ ସମର୍ଥନ କରିଛନ୍ତି । ଏବେ ଏହି ଲିଷ୍ଟରେ ସାମିଲ ହୋଇଛି ଋଷ୍ ।

ଆଫଗାନିସ୍ତାନରେ ଋଷ୍ ର ରାଜଦୂତ ଦାବି କରିଛନ୍ତି ଯେ, ତାଲିବାନ ମାନେ ପୂର୍ବାପେକ୍ଷା କାବୁଲକୁ ଅଧିକ ସୁରକ୍ଷିତ କରିଛନ୍ତି । ଏଥିସହିତ ସେଠାରୁ ଦୂତାବାସ ହଟାଇବାକୁ ମଧ୍ୟ ମନା କରିଦେଇଛି । ଓଲଟି କହିଛି ଯେ, ଗତ ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବ ସରକାର ତୁଳନାରେ ବର୍ତ୍ତମାନ କାବୁଲ ଅଧିକ ସୁରକ୍ଷିତ ହୋଇଯାଇଛି । ଋଷ୍ ର ରାଜଦୂତ, ତାଲିବାନମାନଙ୍କ ସହିତ ନିଜର ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବରେ ଗ୍ରହଣ କରିଛି । ଋଷର ବିଦେଶ ମନ୍ତ୍ରାଳୟ କହିଛନ୍ତି, ଆଜି ଋଷୀ ରାଜଦୂତ ତାଳିବାନ ପ୍ରମୁଖ ନେତା ମାନଙ୍କ ସହିତ କାବୁଲରେ ଭେଟିବେ । ଏହି ଆଧାରରେ ଆଫଗାନିସ୍ତାନରେ ତାଲିବାନ ମାନଙ୍କ ନୁତନ ସରକାରର ମାନ୍ୟତା ଦିଆଯିବା ନେଇ ନିଷ୍ପତ୍ତି ନିଆଯିବ । ସେପଟେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରିଛନ୍ତି । ସେ ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି । ଅସରଫ ଘନିଙ୍କୁ ଇଶାରା କରି ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି । ଯେତେବେଳେ ଲୋକଙ୍କ ପାଖରେ ତାଙ୍କର ଉପସ୍ଥିତି ସବୁଠାରୁ ବେଶି ଜରୁରୀ ଥିଲା ସେତେବେଳେ ସେ ତାଙ୍କ ସାଥ୍ ଦେଲେ ନାହିଁ । ଆଫଗାନସ୍ଥାନରେ ଆମେରିକାର ଯୁଦ୍ଧ ଶେଷ ହୋଇଛି ଏବଂ ସୈନ୍ୟ ପ୍ରତ୍ୟାହାର ହୋଇଛନ୍ତି ବୋଲି ବାଇଡ଼େନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking