40.1 C
Bhubaneswar
Monday, June 17, 2024
Homeଅପରାଧଆଠଗଡରେ ଚେୟାର ଉଠାଇ ପିଟାପିଟି

ଆଠଗଡରେ ଚେୟାର ଉଠାଇ ପିଟାପିଟି

ଆଠଗଡ : ଚାଲିଛି ଗଣତନ୍ତ୍ରର ମହାପର୍ବ ।ରାଜ୍ୟରେ ଆଜି ତୃତୀୟ ପର୍ୟ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ତେବେ ଏହି ସମୟରେ ରାଜନୀତି ହିଂସା ଦେଖିବାକୁ ମିଳିଛି । ବୁଥରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛନ୍ତି ଯାହାଫଳରେ ୨ ଜଣ ଆହତ ହୋଇଛନ୍ତି । ରାଧାଗୋବିନ୍ଦପୁର ୧୧୫ ନଂ ବୁଥରେ ୨ ଗୋଷ୍ଠୀ ହାତାହାତି ହୋଇଥିଲେ । ଚେୟାର ଉଠାଇ ପରସ୍ପରକୁ ମଧ୍ୟ ପିଟିଥିଲେ । ଯାହାଫଳରେ ୨ ଜଣ ଆହତ ହୋଇଥିଲେ । ସୂଚନା ଅନୁଯାୟୀ, ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ଭୋଟିଂ ହୋଇଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୬.୬୫ ଭୋଟିଂ ହୋଇଛି। ସେହିପରି କଟକ-୭.୩୨ %, ଢେଙ୍କାନାଳ- ୭.୯୫%, କେନ୍ଦଝର- ୮.୭୪ %, ପୁରୀ- ୬.୮୭ % ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ -୭.୦୯ ପ୍ରତିଶତ ଭୋଟିଂ ହୋଇଛି। ରାଜ୍ୟରେ ଆଜି ତୃତୀୟ ପର୍ୟ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ହୋଇଛି। ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି।
ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking