35.1 C
Bhubaneswar
Monday, June 17, 2024
Homeଓଡିଶାସ୍ବାଧିନତାର ୭୪ ବର୍ଷ ପରେ ମଧ୍ଯ ଗାଁରେ ପହଞ୍ଚିପାରିଲା ନାହିଁ ସରକାରଙ୍କ ବିକାଶ

ସ୍ବାଧିନତାର ୭୪ ବର୍ଷ ପରେ ମଧ୍ଯ ଗାଁରେ ପହଞ୍ଚିପାରିଲା ନାହିଁ ସରକାରଙ୍କ ବିକାଶ

ମୟୂରଭଞ୍ଜ : ସରକାରଙ୍କ ମାଳମାଳ ଯୋଜନା ।ହେଲେ ଏହି ଗାଁର ଦୃଶ୍ଯ କୁ ଦେଖିଲେ ଜଣାପଡୁଛି ।ସତରେ ଯେମିତି ଏହି ଉପାନ୍ତ ଅଞ୍ଚଳ ଲୋକମାନଙ୍କ ପାଇଁ ବିକାଶ ହୋଇଛି ସାତସପନ।

-ଆଉ ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅନ୍ତର୍ଗତ ଗଡଦେଉଳିଆ ପଞ୍ଚାୟତ ଭାନୁପୁର ଗ୍ରାମରେ ଦେଖିବାକୁ ମିଳିଛି ।ସ୍ବାଧୀନତାର ୭୪ ବର୍ଷ ବିତିଲାଣି ।ହେଲେ ଏହି ଭାନୁପୁର ଗ୍ରାମର ଲୋକଙ୍କ ଯାତାୟତ ର ସୁବିଧା ନାହିଁ ।ଭଲଭାବରେ ଦେଖନ୍ତୁ ଏହି ଭାନୁପୁର ଗ୍ରାମର ରାସ୍ତାର ଅବସ୍ଥାକୁ ,କେମିତି ବଡବଡ ଖାଲଖମାରେ ଭର୍ତ୍ତିହୋଇ ପଡିଛି ।ତେବେ ରାସ୍ତାର ଅବସ୍ଥା ଏ ଭଳି ହୋଇଛି ଯେ ଏହି ଗ୍ରାମରେ ଯୋଦି କାହାର ଦେହ ଅସୁସ୍ଥ ହୁଏ କି କୋଉଠି ନିଆଁ ଲାଗେ ।ତେବେ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି ଆସିପାରିବ ନାହିଁ ।ଆଉ ସରକାରଙ୍କ ମନରେଗା ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାନୁପୁର ପ୍ରାଥମିକ ବିଦ୍ୟାଳୟ ଠାରୁ ଭଗା ଘର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା ।ମାତ୍ର ଏହି କାର୍ଯ୍ଯ କୁ ନିମ୍ନମାନର କରି ଅଳ୍ପ ଟଙ୍କାର କାମ କରି ଅଧିକ ଟଙ୍କା ବିଲ୍ କରି ସରପଞ୍ଚ , ଠିକାଦାର ଏବଂ ପିଇଓ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ମିଳିମିଶି ସରକାରୀ ଅର୍ଥ କୁ ହରିଲୁଟ କରିଥିବା ଗ୍ରାମବାସୀ କହିଛନ୍ତି ।ସେପଟେ ଏବାବଦ ରେ ଗ୍ରାମର ଲୋକେ ସରପଞ୍ଚ ଙ୍କୁ ଅଭିଯୋଗ କଲେ ସରପଞ୍ଚ ଲୋକଙ୍କୁ ନାଲିଆଖି ଦେଖାଉଥିବା ସେହି ଗ୍ରାମର ସମରାୟ ହେମ୍ରମ କହିଛନ୍ତି ।ତେବେ ୧୮ ରାଜପଥ ଭାନୁପୁର ଛକ ଠାରୁ ପଦଲାମପୁର ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା କୁ ଗ୍ରାମ୍ଯଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାନୁପୁର ଗ୍ରାମର ଗ୍ରାମବାସୀ ନିବେଦନ କରିଛନ୍ତି ।

ବାଇଟ୍-ଗ୍ରାମବାସୀ ସମରାୟ ହେମ୍ରମ।

ବାଇଟ୍-ଗ୍ରାମବାସୀ ଘନଶ୍ୟାମ ମୁର୍ମୁ।

-ତେବେ ରାଜ୍ଯ ସରକାର ଯୋଉ ଆମ ଗାଁ ଆମ ବିକାଶ ର ଡିଣ୍ଡିମ ପିଟୁଛନ୍ତି ତାର ଜ୍ବଳନ୍ତ ଉଦାହରଣ ଏହି ଭାନୁପୁର ଗ୍ରାମକୁ ଦେଖିଲେ ଆପଣମାନେ ଭଲଭାବରେ ଜିଣିପାରୁଥିବେ। କାହିଁକି ଆଜିପର୍ଯ୍ଯନ୍ତ ଏହି ମୟୂରଭଞ୍ଜ ଜିଲ୍ଲାର ଏ ଉପାନ୍ତ ଅଞ୍ଚଳ ଭାନୁପୁର ଗ୍ରାମରେ ଲୋକମାନଙ୍କର ଯାତାୟତର ସୁବିଧା ପାଇଁ ଭଲ ପକ୍କା ରାସ୍ତାଟିଏ ନାହିଁ ।ତାହା ଅନେକ ସାଧାରଣ ଲୋକ ଓ ବୁଦ୍ଧିଜୀବୀଙ୍କ ମଧ୍ଯରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏହି ଗାଁରେ ଆମେ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରୁଛୁ ।ବଧେ ସେଇଥିପାଇଁ ସରକାର କି ବ୍ଲକ୍ ପ୍ରଶାସନ ର ନଜର ଏହି ଉପାନ୍ତ ଅଞ୍ଚଳ ଉପରେ ପଡୁନାହିଁ।ନିର୍ବାଚନ ସମୟରେ ଏହି ଗାଁକୁ ମାଳମାଳ ନେତା ମନ୍ତ୍ରୀ ଆସି ଆମ ଆଦିବାସୀ ପିଲାମାନଙ୍କୁ ଗେହ୍ଲକରି ନାକରୁ ସିଂଘାଣି ପୋଛି ଦେଇ ଆମେ ଜିତିଲା ପରେ ଆପଣଙ୍କର ସମସ୍ତ ଅସୁବିଧା କୁ ସୁବିଧା କରିଦେବୁ କହି ଅନେକ ପ୍ରତିଶୃତି ଦେଇଥାନ୍ତି ।ମାତ୍ର ନିର୍ବାଚନ ପରେ କାହାର ଦଖା ମିଳିନଥାଏ ।ଏଥର ନିର୍ବାଚନ ରେ ଉଚିତ୍ ଜବାବ୍ ଦେବୁ ବୋଲି ଜଗନ୍ନାଥ ହେମ୍ରମ କହିଛନ୍ତି ।ଏହି ବର୍ଷା ସମୟରେ ଏହି ଭଳି ପାଣି କାଦୁଅ ଆଉ ଆଣ୍ଠୁଏ ଆଣ୍ଠୁଏ ଖାଲରେ ଯାଆଆସ କରୁଛନ୍ତି ଭାନୁପୁର ଗ୍ରାମର ଗ୍ରାମବାସୀ ।ଆଉ ପିଲାଟି ଦିନରୁ ଆମେ ଆମ ଗାଁର ରାସ୍ତା ଅବସ୍ଥା ଏହିଭଳି ଦେଖିଆସୁଛୁ। ଆଉ କେବେ କାହା ଦେହ ଅସୁସ୍ଥ ହେଲେ ଏଭଳି ରାସ୍ତା ପାଇଁ ଆମ୍ବୁଲାନ୍ସ ମଧ୍ଯ ଆମ ଗାଁକୁ ଆସିନଥାଏ ।ଆଉ ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଏହି ଗଡଦେଉଳିଆ ପଞ୍ଚାୟତର ୮ ନମ୍ବର ୱାର୍ଡ ଏବଂ ୪ ନମ୍ବର ୱାର୍ଡରେ ପାଖାପାଖି ୧୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିଲେ ମଧ୍ଯ ଏଠି ପକ୍କା ରାସ୍ତାଟିଏ ନାହିଁ ।ତେବେ ଏହି ଭାନୁପୁର ଗ୍ରାମରେ କାହିଁକି ଆଜିପର୍ଯ୍ଯନ୍ତ ପକ୍କା ରାସ୍ତାଟିଏ ନାହିଁ ଏବଂ କଣ ପାଇଁ ଏ ଗ୍ରାମର ସରକାରଙ୍କ ଯୋଜନା ଫେଲ୍ ମାରିଛି ।ସେବିଷୟରେ ଗଡଦେଉଳିଆ ପଞ୍ଚାୟତର ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ରାମ ମାଝୀ ଙ୍କ ପ୍ରତିକ୍ରିୟା ନେବାକୁ ଅନେକ ଥର ଫୋନ ଯୋଗେ ଯୋଗାଯୋଗ କରିଥିଲେ ।ତେବେ ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ଉଭୟ ମେସିନ୍ ଓ ଲୋକଙ୍କ ଦ୍ବାରା କାମ ହୋଇଥିବା ସ୍ବୀକାର କରିବା ସହିତ ୪ ଲକ୍ଷ ୫୦ ହଜାର ଟଙ୍କାର ବିଲ୍ କରାଯାଇଛି ବୋଲି ଫୋନ ମାଧ୍ଯମରେ ବେତନଟୀ ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ରାମ ମାଝୀ ସୂଚନା ଦେଇଛନ୍ତି ।ତେବେ ଏହି ଉପାନ୍ତ ଅଞ୍ଚଳ ଭାନୁପୁର ଠାରୁ ପଦଲାମପୁର ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ କେବେ ଭଲ ରାସ୍ତାଟିଏ ମିଳିବ ଏବଂ ସେମାନଙ୍କ ଯିବାଆସିବର ସୁବିଧା ହୋଇପାରିବ ତାହା ଦେଖିବାକୁ ବାକିରହିଲା ।

 

 

(ମୟୂରଭଞ୍ଜ ବଡ଼ସାହିରୁ ସୂର୍ଯ୍ୟକାନ୍ତି ରାଉତଙ୍କ ରିପୋଟ )

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking