38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଭିସା ଅବଧି ବଢାଇବାକୁ ଭାରତ ସରକାରଙ୍କୁ ଅନୁରୋଧ କଲେ ଆଫଗାନ ଛାତ୍ର

ଭିସା ଅବଧି ବଢାଇବାକୁ ଭାରତ ସରକାରଙ୍କୁ ଅନୁରୋଧ କଲେ ଆଫଗାନ ଛାତ୍ର

ନୂଆଦିଲ୍ଲୀ: ଖୁବ ଶୀଘ୍ର ସରିବାକୁ ଯାଉଛି ଭାରତରେ ପାଠ ପଢ଼ୁଥିବା ଆଫଗାନ ଛାତ୍ରଛାତ୍ରୀଙ୍କ ଭିସା ଅବଧି । ଆଉ ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତିକୁ ଦେଖି ଏହି ଛାତ୍ରଛାତ୍ରୀମାନେ ଏବେ ଭାରତ ସରକାରଙ୍କ ପାଖରେ ଭିସା ଅବଧି ବଢାଇବା ସହ ଆଉ କିଛି ଦିନ ଭାରତରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁରେ ପାଠ ପଢ଼ୁଥିବା ୨୫ ଜଣ ଛାତ୍ର ଭାରତ ସରକାରଙ୍କ ନିକଟରେ ଭିସା ଅବଧି ବଢାଇବାକୁ ଅନୁରୋଧ କରିଛନ୍ତି । ଏହି ଛାତ୍ରମାନଙ୍କ ଭିସା ଆଗାମୀ ୨ ମାସ ମଧ୍ୟରେ ସମାପ୍ତ ହେବାକୁ ଯାଉଛି । ଆଉ ବର୍ତ୍ତମାନର ଭୟାନକ ସ୍ଥିତିକୁ ଦେଖି ଛାତ୍ରମାନେ ନିଜ ଦେଶକୁ ଫେରିଯିବାକୁ ସୁରକ୍ଷିତ ମଣୁନାହାନ୍ତି । ଆଫଗାନିସ୍ତାନ କାବୁଲର କୁରବାନ ଜେଏନୟୁରେ ମାଷ୍ଟର ଅଫ କମ୍ପ୍ୟୁଟର ଆପ୍ଲିକେସନ ବା ଏମସିଏ କୋର୍ସ କରୁଥିବାବେଳେ ସେ କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ସେ ନିଜ ଦେଶକୁ ଫେରିବାକୁ ଚାଁହୁନାହାନ୍ତି । ସେ କହିଛନ୍ତି ଯେ ପରିବାର ଲୋକ କହୁଛନ୍ତି ଯେ ସେଠାରେ ସ୍ଥିତି ଅତି ସଂଗୀନ ଥିବାରୁ ଏବେ ନ ଆସିବା ଉଚିତ । ବର୍ତ୍ତମାନ ତାଙ୍କ ପରିବାର ସଦସ୍ୟ ତାଲିବାନ ନଜରରେ ଥିବାରୁ କାଳେ ସେଠାକୁ ଗଲେ ତାଙ୍କୁ ହତ୍ୟା କରାଯିବ ସେହି ଆଶଙ୍କାରେ ସେ ଯିବାକୁ ଚାଁହୁନାହାନ୍ତି । କୁରବାନଙ୍କ ଭଳି ଅନ୍ୟ ଛାତ୍ରମାନେ ମଧ୍ୟ ସମାନ କଥା କହିଛନ୍ତି । ଆଜି ଆଫଗାନ ଛାତ୍ରମାନେ ଜେଏନୟୁ କର୍ତ୍ତୃପକ୍ଷଙ୍କ ସହ କେନ୍ଦ୍ର ବିଦେଶ ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ, ଆଫଗାନ ଶରଣାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ଇ-ଭିସା ବ୍ୟବସ୍ଥା କରିଛନ୍ତି ଭାରତ ସରକାର । ଏହାର ନାମ ରଖାଯାଇଛି ଇ-ଏମର୍ଜେନ୍ସି ଏକ୍ସ-ମିସ ଭିସା’ । ଏହା ମାଧ୍ୟମରେ ଧର୍ମସମ୍ପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀ ଭିସା ପାଇଁ ଆବେଦନ କରିପାରିବେ । ପୂର୍ବରୁ ଆଫଗାନମାନଙ୍କ ପାଇଁ ଇ-ଭିସା ବ୍ୟବସ୍ଥା ନଥିଲା । କିନ୍ତୁ ଏବେ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ମାନବୀୟ ସଂକଟ ଯୋଗୁଁ ଭାରତ ସରକାର ଏହି ବ୍ୟବସ୍ଥା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking