28.1 C
Bhubaneswar
Saturday, April 27, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନର କ୍ରେମଚୁକରରେ ମିଶାଇଲ ମାଡ଼ କଲା ରୁଷ:୧୬ ମୃତ, ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ୟୁକ୍ରେନର କ୍ରେମଚୁକରରେ ମିଶାଇଲ ମାଡ଼ କଲା ରୁଷ:୧୬ ମୃତ, ୫୦ରୁ ଊର୍ଦ୍ଧ୍ୱ ଗୁରୁତର

କିଭ୍‌: ଥମୁନି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ । ରୁଷର ଘନଘନ ଆକ୍ରମଣରେ ଖିନଭିନ୍ ହେଉଛି ୟୁକ୍ରେନ୍ ମାଟି । ବାରମ୍ବାର ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ମଧ୍ୟ ରୁଷକୁ କଡ଼ା ଜବାବ ଦେଉଛି । ହେଲେ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନାହିଁ । ଆଜି ୟୁକ୍ରେନ ଉପରେ ରୁଷ ପୁଣି ଥରେ ବଡ଼ ଧରଣର ଆକ୍ରମଣ କରିଛି । ୟୁକ୍ରେନର ଜନ ଗହଳିପୂର୍ଣ୍ଣ କ୍ରେମଚୁକର ସପିଂ ମଲରେ ରୁଷ ପକ୍ଷରୁ ମିଶାଇଲ ମାଡ଼ କରାଯାଇଥିବା ବେଳେ ୧୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଏହି ଆକ୍ରମଣରେ ୫୦ରୁ ଊର୍ଦ୍ଧ୍ୱ ଲୋକ ମଧ୍ୟ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା କରାଯାଉଛି । କୁହାଯାଉଛିକି ଆକ୍ରମଣ ବେଳେ ମଲ୍ ରେ ଏକ ହଜାରରୁ ଅଧିକ ଲୋକ ଥିଲେ । ସେହି ସମୟରେ ରୁଷ ମିଶାଇଲ ମାଡ଼ କରିଛି । ସୂଚନାଯୋଗ୍ୟ, ପୂର୍ବରୁ ରୁଷ ୟୁକ୍ରେନ୍ ଉପରେ ବାରମ୍ବାର ଆକ୍ରମଣ କରିଛି । ୟୁକ୍ରେନର ଚିକିତ୍ସାଳୟ ସହ ସ୍କୁଲ ଓ ଏୟାର ବେଶ୍ ଉପରେ ଘନଘନ ଆକ୍ରମଣ କରିଥିଲା ରୁଷ । ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୟୁକ୍ରେନ ବହୁ କ୍ଷତି ସହିଛି । ୟୁକ୍ରେନର ରାଜଧାନୀ କିଭକୁ ଦଖଲ କରିବାକୁ ରୁଷ ବହୁ ଆକ୍ରମଣ କରିଛି । ଯାହାଦ୍ୱାରା କିଭ୍ ବର୍ତ୍ତମାନ ଧ୍ୱଂସସ୍ଥଳୀ ପାଲଟିଛି । ଅନ୍ୟପଟେ ୟୁକ୍ରେନ୍ ମଧ୍ୟ ରୁଷକୁ କଡ଼ା ଜବାବ ଦେଉଛି । ରୁଷର ବହୁ ଲଢ଼ୁଆ ହେଲିକପ୍ଟରକୁ ତଳକୁ ଖସାଇବା ସହ ବହୁ ରୁଷ ସୈନିକଙ୍କୁ ମାରିଛି । ଏପରେ ରୁଷ ମଧ୍ୟ ଯୁକ୍ରେନର ବହୁ ସୈନିକଙ୍କୁ ହତ୍ୟା କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking