26.1 C
Bhubaneswar
Monday, September 25, 2023
Homeଅପରାଧରୁଟି ପାଇଁ ଯୁବକଙ୍କୁ ହତ୍ୟା

ରୁଟି ପାଇଁ ଯୁବକଙ୍କୁ ହତ୍ୟା

ଲକ୍ଷ୍ନୌ : ଜନ୍ମଦିନରେ ଚାଲିଗଲା ଜୀବନ । ରୁଟି ପାଇଁ ଯୁବକଙ୍କୁ ହତ୍ୟା । ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଜଣେ ଯୁବକଙ୍କୁ ଜନ୍ମଦିନରେ ରୁଟି ପାଇଁ ପିଟିପିଟି ହତ୍ୟା କରାଯାଇଛି । ତେବେ ହୋଟେଲ ମାଲିକଙ୍କ ସହ ମୃତକ ଏବଂ ତା’ ଭାଇଙ୍କର ବିବାଦ ଥିବା କୁହାଯାଉଛି । ମାର୍‌ପିଟ୍‌ରେ ଯୁବକ ଜଣକ ଗୁରୁତର ଆହତ ହୋଇଥବା ବେଳେ ତାଙ୍କ ଭାଇ ସାମାନ୍ୟ ଆହତ ହୋଇଥିଲେ । ଅନ୍ୟପକ୍ଷରେ ହୋଟେଲରେ କାମ କରୁଥିବା ଯୁବକଙ୍କର ମଧ୍ୟ ମୁଣ୍ଡରେ ଆଘାତ ଲାଗିଛି । ପୋଲିସ ସୂଚନା ପାଇ ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଆଉ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ମୃତ୍ୟୁ ପରେ ପରିବାର ଲୋକ ହଙ୍ଗାମା କରିଛନ୍ତି । ରବିବାର ଜନ୍ମଦିନ ଭୋଜି ପାଇଁ ସନ୍ନି ନାମକ ଯୁବକଙ୍କ ଜନ୍ମଦିନ ପାର୍ଟି ଥିଲା । ଧୁମଧାମରେ ଜନ୍ମଦିନ ପାଳିବା ପାଇଁ ଆୟୋଜନ ମଧ୍ୟ କରାଯାଇଥିଲା ।

ସେଥିପାଇଁ ପରିବାର ସଦସ୍ୟଙ୍କ ବ୍ୟତୀତ ସାଙ୍ଗମାନଙ୍କୁ ମଧ୍ୟ ସେ ଭୋଜିକୁ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ସେ କ୍ୟାଣ୍ଟ ଅଞ୍ଚଳ ସ୍ଥିତ ଏକ ହୋଟେଲରେ ରୁଟି ପାଇଁ ଅର୍ଡର ଦେଇଥିଲେ । ଏଥିପାଇଁ ଆଗୁଆ ପେମେଣ୍ଟ୍ ମଧ୍ୟ କରାଯାଇଥିଲା । ହେଲେ ୧୫୦ ରୁଟି ବଦଳରେ ୪୦ ରୁଟି ଦେଇଥିଲେ ହୋଟେଲ ମାଲିକ । ଏଥିପାଇଁ ହୋଟେଲ ମାଲିକଙ୍କ ସହ ସନ୍ନିଙ୍କର ଝଗଡ଼ା ହୋଇଥିଲା । ଆଉ ଏଥିରେ ହୋଟେଲ ମାଲିକ ଓ ହୋଟେଲରେ କାମ କରୁଥିବା କର୍ମଚାରୀ ସନ୍ନିଙ୍କୁ ଆକ୍ରମଣ କରିଥିଲେ । ସନ୍ନିଙ୍କୁ ନର୍ଘାତ ମାଡ଼ ମାରି ଲହୁଲୁହାଣ କରିପକାଇଥିଲେ । ଘର ଲୋକ ଏକଥା ଜାଣିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ଆଉ ସେଠାରୁ ସନ୍ନିଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ୍ । ହେଲେ ସେତେବେଳେକୁ ବିଳମ୍ବ ହୋଇଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ସନ୍ନିଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏବେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ପୋଲିସ ହୋଟେଲର ଜଣେ କର୍ମଚାରୀଙ୍କୁ ଗିରଫ କରିଥିବାବେଳେ ଫେରାର ହୋଟେଲ ମାଲିକକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking